ଚେନ୍ନାଇ ଲଗାତାର ଦ୍ୱିତୀୟ ପରାଜୟ

୬ ୱିକେଟରେ ଚେନ୍ନାଇକୁ ହରାଇଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ମ୍ୟାଚରେ ଏବେ ଲଗାତାର ପରାଜୟ ବରଣ କରିଛି ୫ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ। ଗତ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ହାରିଥିବା ଦଳ ଶୁକ୍ରବାର ୬ ୱିକେଟ୍‌ରେ ଏକତରଫ‌ା ଭାବେ ସନ୍‌ରାଇଜର୍ସ ହାଇଦ୍ରାବାଦ ନିକଟରୁ ପରାସ୍ତ ହୋଇଛି। ହାଇଦ୍ରାବାଦ ମଧ୍ୟ ୪ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ସହ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି। ପ୍ରଥମେ ବ୍ୟାଟିଂ କରି ୫ ୱିକେଟରେ ୧୬୫ ରନ କରିଥିଲା ଚେନ୍ନାଇ  ସୁପର୍ କିଙ୍ଗ୍ସ।

ଜବାବରେ ଅଭିଷେକ ଶର୍ମା ମାତ୍ର ୧୨ ବଲ୍‌ରୁ ୩୭ ରନ୍ ସଂଗ୍ରହ କରି ଆଉଟ୍ ହେବା ବେଳକୁ ହାଇଦ୍ରାବାଦ ମାତ୍ର ୨.୪ ଓଭରରେ ୪୬ ରନ୍ ସଂଗ୍ରହ କରି ନେଇଥିଲା। ଅଭିଷେକଙ୍କ ୱିକେଟ୍ ହରାଇ ପାୱାର ପ୍ଲେରେ ହାଇଦ୍ରାବାଦ ୭୮ ରନ୍ କରିବା ପରେ ବିଜୟ ପଥ ସୁଗମ ହୋଇଯାଇଥିଲା। ଦୁଇ ଓଭରସିଜ୍ ଖେଳାଳି ଟ୍ରାଭିସ୍‌ ହେଡ୍‌ ଏବଂ ଏଦୈନ ମାରକ୍ରମ ଭଲ ବ୍ୟାଟିଂ କରିଥିଲେ। ହେନରିକ୍ କ୍ଲାସେଁ ୧୦ ରନ୍ ଏବଂ ନୀତୀଶ ରେଡ୍ଡୀ ୧୪ ରନ୍ ଦଳକୁ ୧୧ ବଲ୍‌ ପୂର୍ବରୁ ବିଜୟୀ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ