Before Header

ପାରିବାରିକ କଳହର ଉଗ୍ର ରୂପ, ସ୍ବାମୀ ଆଗରେ ଶିଶୁକୁ ଧରି ନଦୀକୁ ଡେଇଁଲା ସ୍ତ୍ରୀ

0 1,242

କେନ୍ଦ୍ରାପଡ଼ା(ବଡ଼ ଖବର ବ୍ୟୁରୋ): ସ୍ୱାମୀ ଆଗରେ ଶିଶୁପୁତ୍ରକୁ ଧରି ନଦୀକୁ ଡେଇଁ ସ୍ତ୍ରୀର ଅତ୍ମହତ୍ୟା ଉଦ୍ୟମ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଟଳ ଖନ୍ଦଳ ଗାଁରେ । ଗଡ଼ଗଡ଼ି ବ୍ରିଜ ଉପରୁ ଖରସ୍ରୋତା ନଦୀକୁ ଡେଇଁପଡିଲେ ମହିଳା । ମହିଳା ଜଣକ ଡେଇଁପଡ଼ିବା ପରେ ସ୍ଥାନୀୟ ଲୋକ ତୁରନ୍ତ ଡଙ୍ଗା ନେଇ ନଦୀକୁ ଯାଇଥିଲେ ଏବଂ ଖୋଜାଖୋଜି କରି ଉଭୟ ମାଆ ଓ ଛୁଆକୁ ଉଦ୍ଧାର କରି ଆଳି ମେଡିକାଲରେ ଭର୍ତ୍ତି କରିଛନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଆଳି ଡାକ୍ତର ସୂଚନା ଦେଇଛନ୍ତି । ତେବେ ପାରିବାରିକ କଳହକୁ କେନ୍ଦ୍ର କରି କନ୍ଦଳ ଗାଁର ମନୀଷା ବେହେରା ଓ ତାଙ୍କ ପୁଅ ନଦୀକୁ ଡେଇଁପଡିଥିବା ସୂଚନା ।

Leave A Reply

Your email address will not be published.