Before Header

ଚିଟଫଣ୍ଡ ଦୁର୍ନୀତି ମାମଲାର ସୁପ୍ରିମ ଶୁଣାଣି

0 396

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ସୁପ୍ରିମକୋର୍ଟରେ ବହୁଚର୍ଚ୍ଚିତ ଚିଟଫଣ୍ଡ ଦୁର୍ନୀତି ମାମଲାର ଶୁଣାଣି ହେବ । ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ଆସିପାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ଜାନୁଆରୀ ୧୬ ତାରିଖରେ ମାମଲାର ଶୁଣାଣି ହୋଇଥିଲା । ଜମାକାରୀଙ୍କୁ ଟଙ୍କା କାହିଁକି ଫେରସ୍ତ କରାଯାଇନାହିଁ, ସେ ନେଇ ୨ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ମାତ୍ର ଏଯାଏ ସୁପ୍ରିମକୋର୍ଟଙ୍କ ପାଖରେ ଜବାବ ଦାଖଲ କରାଯାଇନାହିଁ । ବିଚାରପତି ଏମଆର ଶାହା ଓ ବିଚାରପତି ସିଟି ରବି କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ।

 

Leave A Reply

Your email address will not be published.