Masthead

ଭାରତ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶଂସା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କୋଭିଡ୍‌ ମୁକାବିଲାରେ ଭାରତ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ କରୋନା ମୁକାବିଲାରେ ଭାରତ ଯାହା କରିଛି ଅନ୍ୟ କୌଣସି ରାଷ୍ଟ୍ର ତାହା କରିପାରିନାହାନ୍ତି। ପ୍ରତି କୋଭିଡ୍‌ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କାର କ୍ଷତିପୂରଣ ମିଳିବା ନେଇ ସରକାର ଗତକାଲି ସୁପ୍ରିମକୋର୍ଟରେ ତଥ୍ୟ ରଖିବାପରେ କୋର୍ଟ ଖୁସିବ୍ୟକ୍ତ କରିଛନ୍ତି।

ଏହି ପଦକ୍ଷେପ ମୃତକଙ୍କ ପରିବାର ସଦସ୍ୟଙ୍କୁ କିଛି ଆଶ୍ବାସନା ପ୍ରଦାନ କରିବ। କିଛି ନହେଲେ ବି ଯେଉଁମାନେ ନିଜ ପରିବାର ସଦସ୍ୟଙ୍କୁ ହରାଇ ଖୁବ୍‌ କଷ୍ଟରେ ‌ଅଛନ୍ତି ସେମାନଙ୍କ ଲୁହ ପୋଛିବାରେ ଏହା ସହାୟକ ହେବ। ମହାମାରୀ ଦିଗରେ ଭାରତ ଯେଉଁ ପଦକ୍ଷେପ ଗ୍ରହଣ କରିଛି ତାହା ଅନ୍ୟ କୌଣସି ରାଷ୍ଟ୍ର କରିପାରିନାହାନ୍ତି। ଭାରତର ଜନସଂଖ୍ୟା, ଟିକାକରଣ ଖର୍ଚ୍ଚ ଏବଂ ଆର୍ଥିକ ସ୍ଥିତି ଦୃଷ୍ଟିରୁ ଅନେକ ଚ୍ୟାଲେଂଜ ଆସିଥିଲା। କିନ୍ତୁ ସବୁ ଚ୍ୟାଲେଂଜର ସଫଳ ମୁକାବିଲା ପାଇଁ ପ୍ରୟାସ କରିଛୁ। ଅନ୍ୟ କୌଣସି ରାଷ୍ଟ୍ର ବି ଏଭଳି ପଦ‌କ୍ଷେପ ଗ୍ରହଣ କରିନାହାନ୍ତି ବୋଲି ବିଚାରପତିମାନେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ