Masthead

ଭାରତ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶଂସା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କୋଭିଡ୍‌ ମୁକାବିଲାରେ ଭାରତ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ କରୋନା ମୁକାବିଲାରେ ଭାରତ ଯାହା କରିଛି ଅନ୍ୟ କୌଣସି ରାଷ୍ଟ୍ର ତାହା କରିପାରିନାହାନ୍ତି। ପ୍ରତି କୋଭିଡ୍‌ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କାର କ୍ଷତିପୂରଣ ମିଳିବା ନେଇ ସରକାର ଗତକାଲି ସୁପ୍ରିମକୋର୍ଟରେ ତଥ୍ୟ ରଖିବାପରେ କୋର୍ଟ ଖୁସିବ୍ୟକ୍ତ କରିଛନ୍ତି।

ଏହି ପଦକ୍ଷେପ ମୃତକଙ୍କ ପରିବାର ସଦସ୍ୟଙ୍କୁ କିଛି ଆଶ୍ବାସନା ପ୍ରଦାନ କରିବ। କିଛି ନହେଲେ ବି ଯେଉଁମାନେ ନିଜ ପରିବାର ସଦସ୍ୟଙ୍କୁ ହରାଇ ଖୁବ୍‌ କଷ୍ଟରେ ‌ଅଛନ୍ତି ସେମାନଙ୍କ ଲୁହ ପୋଛିବାରେ ଏହା ସହାୟକ ହେବ। ମହାମାରୀ ଦିଗରେ ଭାରତ ଯେଉଁ ପଦକ୍ଷେପ ଗ୍ରହଣ କରିଛି ତାହା ଅନ୍ୟ କୌଣସି ରାଷ୍ଟ୍ର କରିପାରିନାହାନ୍ତି। ଭାରତର ଜନସଂଖ୍ୟା, ଟିକାକରଣ ଖର୍ଚ୍ଚ ଏବଂ ଆର୍ଥିକ ସ୍ଥିତି ଦୃଷ୍ଟିରୁ ଅନେକ ଚ୍ୟାଲେଂଜ ଆସିଥିଲା। କିନ୍ତୁ ସବୁ ଚ୍ୟାଲେଂଜର ସଫଳ ମୁକାବିଲା ପାଇଁ ପ୍ରୟାସ କରିଛୁ। ଅନ୍ୟ କୌଣସି ରାଷ୍ଟ୍ର ବି ଏଭଳି ପଦ‌କ୍ଷେପ ଗ୍ରହଣ କରିନାହାନ୍ତି ବୋଲି ବିଚାରପତିମାନେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ