Masthead

ଫସର ଫାଟିଲା କେଜ୍ରିୱାଲଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆସିଲା ଦିଲ୍ଲୀ ନିର୍ବାଚନ ଫଳାଫଳ । ଆପକୁ ଲାଗିଛି ଶକ୍ତ ଝଟକା । ହାରିଲେ ଆପର ମୁଖିଆ ଅରବିନ୍ଦ କେଜି୍ରୱାଲ୍ । ଦିଲ୍ଲୀ ସିଟରୁ ବିଧାନସଭା ଆସନରେ ଲଢୁଥିଲେ କେଜ୍ରିୱାଲ। ଏହି ସିଟରୁ ବିଜେପି ପ୍ରାର୍ଥୀ ପରବେଶ ବର୍ମା ବିଜୟ ହୋଇଛିନ୍ତି । ୧୦ ବର୍ଷ ଧରି କ୍ଲିନ୍ ସ୍ୱିପ୍ କରୁଥିବା ଆପକୁ ଲାଗିଛି ଏଥର ଝଟକା । ଅରବିନ୍ଦ କେଜ୍ରିୱାଲ୍ ଲଗାତାର ଭାବରେ ୨୦୧୩ରୁ ଜିତି ଆସୁଥିଲା । ଦଳ ସହିତ ଏଥର କିନ୍ତୁ କେଜ୍ରିୱାଲଙ୍କୁ ମଧ୍ୟ ଦେଖିବାକୁ ପଡିଛି ପରାଜୟର ମୁହଁ ।

ହେଲେ କେଜ୍ରିୱାଲଙ୍କ ଠାରୁ କାହିଁକି ମୁହଁ ଫେରାଇଛନ୍ତି ଦିଲ୍ଲୀବାସୀ? ଦିଲ୍ଲୀବାସୀଙ୍କ ଆସ୍ଥାକୁ ହରାଇଛନ୍ତି କି କେଜ୍ରିୱାଲ୍? କାହିଁକି ହେଲା ଆପର ପରାଜୟ? ଯାହା ସାରା ଭାରତ ବର୍ଷରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ଭିତରେ କେଜ୍ରିୱାଲ ରଖିଛନ୍ତି ପ୍ରତିକ୍ରିୟା । ପରାଜୟକୁ ସ୍ୱୀକାର କରିବା ସହ ଲୋକଙ୍କ ପାଇଁ ବିଜେପି କାମ ସଠିକ ହିସାବରେ କରିବାକୁ କହିଛନ୍ତି ଆପ୍ ମୁଖିଆ ।୨୦୨୪ ମାର୍ଚ୍ଚ ୨୧ରେ କେଜି୍ରିୱାଲଙ୍କୁ ମଦ ଦୁର୍ନୀତି ବିରୋଧରେ ଇଡି ଗିରଫ କରିଥିଲା । ଦୀର୍ଘ ଦୁଇମାସ ଜେଲରେ ରହିବା ପରେ ସର୍ତ୍ତମୂଳକ ବେଲ୍ ଦେଇଥିଲେ ସୁପ୍ରିମ୍କୋର୍ଟ ।

ଜେଲରେ ଥିବାବେଳେ ମୁଖ୍ୟମନ୍ତ୍ରୀ ପଦକୁ ନିଜ ପାଖରେ ରଖିଥିଲେ କେଜ୍ରିୱାଲ୍ । କିନ୍ତୁ ବେଲରେ ଆସବା ପରେ ମୁଖ୍ୟମନ୍ତ୍ରୀ ପଦ ଆତିଶୀଙ୍କୁ ଦିଆଗଲା । ୨୦୨୫ ନିର୍ବାଚନରେ ଯଦି ଆପ୍ ବିଜୟୀ ହୁଏ ତେବେ କେଜ୍ରିୱାଲ୍ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥାନ୍ତେ । କିନ୍ତୁ ଏଥର ଆପ ଏବଂ କେଜ୍ରିୱାଲଙ୍କ ଉପରୁ ଆସ୍ତା ହରାଇଛନ୍ତି ଦିଲ୍ଲୀବାସୀ । ବିଜେପି ଉପରେ ଏଥର ଭରସା କରିଛନ୍ତି ଭୋଟର । ଦୀର୍ଘ ୨୭ ବର୍ଷ ପରେ ବିଜେପିର ହୋଇଛି ଦମଦାର ବିଜୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ