Masthead

ଫସର ଫାଟିଲା କେଜ୍ରିୱାଲଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆସିଲା ଦିଲ୍ଲୀ ନିର୍ବାଚନ ଫଳାଫଳ । ଆପକୁ ଲାଗିଛି ଶକ୍ତ ଝଟକା । ହାରିଲେ ଆପର ମୁଖିଆ ଅରବିନ୍ଦ କେଜି୍ରୱାଲ୍ । ଦିଲ୍ଲୀ ସିଟରୁ ବିଧାନସଭା ଆସନରେ ଲଢୁଥିଲେ କେଜ୍ରିୱାଲ। ଏହି ସିଟରୁ ବିଜେପି ପ୍ରାର୍ଥୀ ପରବେଶ ବର୍ମା ବିଜୟ ହୋଇଛିନ୍ତି । ୧୦ ବର୍ଷ ଧରି କ୍ଲିନ୍ ସ୍ୱିପ୍ କରୁଥିବା ଆପକୁ ଲାଗିଛି ଏଥର ଝଟକା । ଅରବିନ୍ଦ କେଜ୍ରିୱାଲ୍ ଲଗାତାର ଭାବରେ ୨୦୧୩ରୁ ଜିତି ଆସୁଥିଲା । ଦଳ ସହିତ ଏଥର କିନ୍ତୁ କେଜ୍ରିୱାଲଙ୍କୁ ମଧ୍ୟ ଦେଖିବାକୁ ପଡିଛି ପରାଜୟର ମୁହଁ ।

ହେଲେ କେଜ୍ରିୱାଲଙ୍କ ଠାରୁ କାହିଁକି ମୁହଁ ଫେରାଇଛନ୍ତି ଦିଲ୍ଲୀବାସୀ? ଦିଲ୍ଲୀବାସୀଙ୍କ ଆସ୍ଥାକୁ ହରାଇଛନ୍ତି କି କେଜ୍ରିୱାଲ୍? କାହିଁକି ହେଲା ଆପର ପରାଜୟ? ଯାହା ସାରା ଭାରତ ବର୍ଷରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ଭିତରେ କେଜ୍ରିୱାଲ ରଖିଛନ୍ତି ପ୍ରତିକ୍ରିୟା । ପରାଜୟକୁ ସ୍ୱୀକାର କରିବା ସହ ଲୋକଙ୍କ ପାଇଁ ବିଜେପି କାମ ସଠିକ ହିସାବରେ କରିବାକୁ କହିଛନ୍ତି ଆପ୍ ମୁଖିଆ ।୨୦୨୪ ମାର୍ଚ୍ଚ ୨୧ରେ କେଜି୍ରିୱାଲଙ୍କୁ ମଦ ଦୁର୍ନୀତି ବିରୋଧରେ ଇଡି ଗିରଫ କରିଥିଲା । ଦୀର୍ଘ ଦୁଇମାସ ଜେଲରେ ରହିବା ପରେ ସର୍ତ୍ତମୂଳକ ବେଲ୍ ଦେଇଥିଲେ ସୁପ୍ରିମ୍କୋର୍ଟ ।

ଜେଲରେ ଥିବାବେଳେ ମୁଖ୍ୟମନ୍ତ୍ରୀ ପଦକୁ ନିଜ ପାଖରେ ରଖିଥିଲେ କେଜ୍ରିୱାଲ୍ । କିନ୍ତୁ ବେଲରେ ଆସବା ପରେ ମୁଖ୍ୟମନ୍ତ୍ରୀ ପଦ ଆତିଶୀଙ୍କୁ ଦିଆଗଲା । ୨୦୨୫ ନିର୍ବାଚନରେ ଯଦି ଆପ୍ ବିଜୟୀ ହୁଏ ତେବେ କେଜ୍ରିୱାଲ୍ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥାନ୍ତେ । କିନ୍ତୁ ଏଥର ଆପ ଏବଂ କେଜ୍ରିୱାଲଙ୍କ ଉପରୁ ଆସ୍ତା ହରାଇଛନ୍ତି ଦିଲ୍ଲୀବାସୀ । ବିଜେପି ଉପରେ ଏଥର ଭରସା କରିଛନ୍ତି ଭୋଟର । ଦୀର୍ଘ ୨୭ ବର୍ଷ ପରେ ବିଜେପିର ହୋଇଛି ଦମଦାର ବିଜୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ