Masthead

ଇସି ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇସି ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ଇସି ଚୟନରେ ସାମିଲ ହେବେ ପ୍ରଧାନମନ୍ତ୍ରୀ, ମୁଖ୍ୟ ବିଚାରପତି ଓ ବିରୋଧୀଦଳ ନେତା । ସୁପ୍ରିମକୋର୍ଟ କହିଛନ୍ତି କି ନିର୍ବାଚନ ଆୟୋଗ ଚୟନରେ ପ୍ରଧାନମନ୍ତ୍ରୀ, ମୁଖ୍ୟ ବିଚାରପତି ଓ ବିରୋଧୀଦଳର ନେତା ସାମିଲ ହେବେ । ଆଦେଶ ଦେବା ବେଳେ କୋର୍ଟ କହିଛନ୍ତି କି, ପ୍ରଧାନମନ୍ତ୍ରୀ, ମୁଖ୍ୟ ବିଚାରପତି ଓ ବିରୋଧୀଦଳର ନେତାଙ୍କ କମିଟି ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି କରିବେ । ଏହା ବ୍ୟତୀତ ସମାନ ସୁରକ୍ଷା ଏବଂ ସିଇସି ଓ ଇସିଙ୍କୁ ହଟାଇବା ପାଇଁ ଏକ ସ୍ୱଭାବିକ ପ୍ରକ୍ରିୟା ହେବା ଉଚିତ ବୋଲି କୋର୍ଟ କହିଛନ୍ତି । ନିର୍ବାଚନ କମିଶନର ଓ ମୁଖ୍ୟ ନିର୍ବାଚନ ଆୟୋଗ ଚୟନରେ ସ୍ୱଚ୍ଛତା ନେଇ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା । ଏହାର ଶୁଣାଣି ପରେ କୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ । ୫ଜଣ ବିଚାରପତିଙ୍କ ସଂରକ୍ଷିତ ପୀଠ ଜଷ୍ଟିସ କେଏମ ଜୋସେଫ, ଜଷ୍ଟିସ ଅଜୟ ରେସ୍ତୋଗୀ, ଜଷ୍ଟିସ୍ ଅନିରୋଧ ବୋସ, ଜଷ୍ଟିସ ହୃର୍ଷିକେଶ ରାୟ ଓ ଜଷ୍ଟିସ ସିଟି ରବିକୁମାରଙ୍କ ବେଞ୍ଚ ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ