Masthead

ଦଳରେ ଉତ୍ସାହର ଅଭାବ ରହିଛି: ପ୍ରଦୀପ ମାଝୀ

ଭୁବନେଶ୍ୱର(ବଡ଼ ଖବର): କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ବଡ଼ ଝଟକା ମିଳୁଛି । ସେ ଜାତୀୟ ସ୍ତରରେ ହେଉ କିମ୍ବା ପ୍ରଦେଶ ସ୍ତର । ବାରମ୍ବାର କଂଗ୍ରେସର କନ୍ଦଳ ସାମ୍ନାକୁ ଆସୁଛି । ପଞ୍ଜାବରେ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଦ୍ୱାରା ଏକ ପୃଥକ ଦଳ ଗଠନ ହେବା ପରେ ବର୍ତ୍ତମାନ ଓଡ଼ିଶାର ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦଳରୁ ଇସ୍ତଫା ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସମଗ୍ର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ ନିଜ ଇସ୍ତଫାକୁ ନେଇ ସୋନିଆ ଗାନ୍ଧୀଙ୍କୁ ସେ ଏକ ଚିଠି ଲେଖିଥିଲେ । ଯାହା ବର୍ତ୍ତମାନ ସମସ୍ତଙ୍କର ଦୃଷ୍ଟିକୁ ଆକର୍ଷଣ କରିଛି । ତେବେ ବର୍ତ୍ତମାନ ଦଳରେ ଉତ୍ସାହର ଅଭାବ ରହିଛି । ତେଣୁ ମୁଁ ଅତ୍ୟଧିକ ଦୁଃଖ ଓ ଯନ୍ତ୍ରଣା ସହ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି ବୋଲି ସେ ତାଙ୍କ ଚିଠିରେ ଲେଖିଛନ୍ତି । କେବଳ ଏତିକି ନୁହେଁ ବରଂ ସେ ଦଳରେ ରହି ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି । କିନ୍ତୁ ଭୁଲ ନିଷ୍ପତ୍ତି ଯୋଗୁଁ ଦଳ ଲୋକଙ୍କ ବିଶ୍ୱାସ ହରାଇଛି ।

ସେହି ବିଶ୍ୱାସକୁ ଫେରାଇ ଆଣିବାକୁ ବର୍ତ୍ତମାନ ବହୁତ ସମୟ ଲାଗିବ । ଏହା ସହ ସେ ସୋନିଆ ଗାନ୍ଧୀଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ସ୍ଥାନୀୟ ସ୍ତରର ନେତୃତ୍ୱକୁ ବିଫଳତା ବୋଲି କହିଛନ୍ତି । ଅନ୍ୟପଟେ ପ୍ରଦୀପ ମାଝୀ କଂଗ୍ରେସ ଛାଡ଼ିବା ପରେ ଖୁବଶୀଘ୍ର ବିଜେଡିରେ ଯୋଗ ଦେବେ ବୋଲି ଅନୁମାନ କରାଯାଉଛି । କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସରେ ନବରଙ୍ଗପୁର ଗସ୍ତ କରିପାରନ୍ତି । ଏହି ସମୟରେ ପ୍ରଦୀପ ମାଝୀ ବିଜେଡିରେ ଯୋଗଦେଇ ପାରନ୍ତି । ସେପଟେ ୨୦୦୯ ମସିହାରେ କଂଗ୍ରେସରୁ ଟିକେଟ ପାଇ ଲୋକସଭା ସାଂସଦ ହୋଇଥିଲେ । କିନ୍ତୁ ଏହା ପରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।

ପ୍ରଦୀପ ମାଝୀଙ୍କ ଇସ୍ତଫା ପରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳକୁ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । କାହିଁକିନା ପ୍ରଦୀପ ମାଝୀଙ୍କ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଏକ ଭଲ ପ୍ରଭାବ ସବୁବେଳେ ରହିଥାଏ । ଏହାର ଅନେକ ଉଦାହରଣ ମଧ୍ୟ ରହିଛି । ଏପରିକି ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାରେ ପ୍ରଦୀପଙ୍କର ଭଲ ସ୍ଥାନ ରହିଛି । ତେଣୁ ତାଙ୍କର ଇସ୍ତଫା ଦେବା କଂଗ୍ରେସ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା