Masthead

ଅଭିନବ ଉପାୟରେ ଥାନା ଘେରାଉ

ବଙ୍ଗୋମୁଣ୍ଡା (ବଡ଼ ଖବର ବ୍ୟୁରୋ): ଜିଲା କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ଥାନା ଘେରାଉ । ଗତ ନୂଆଖାଇ ଦିନ ବଙ୍ଗୋମୁଣ୍ଡାର ଲୁଗା ବ୍ୟବସାୟୀଙ୍କ ସ୍ତ୍ରୀକୁ ଦିନ ଦ୍ୱିପ୍ରହରରେ କେହି ହତ୍ୟା କରିଥିଲା । ଏହି ହତ୍ୟାରେ ସରଳ ନିରୀହ ଆଦିବାସୀ କନ୍ଧ ଯୁବକଙ୍କୁ ଫସାଇ ଦିଆଯାଇଥିବା ପ୍ରତିବାଦ ରେ ଜିଲା କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ଥାନା ଘେରାଉ କରାଯାଇଥିଲା । ବଙ୍ଗୋମୁଣ୍ଡା ମଞ୍ଜୁ ଦେବୀ ହତ୍ୟା ଘଟଣାର ପ୍ରକୃତ ହତ୍ୟାକାରୀଙ୍କୁ ଗିରଫ କରାଯିବା ପାଇଁ ଦାବି କରିବା ସହିତ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଦ୍ୱାରସେହ୍ନି ମନ୍ଦିର ଠାରୁ ପାରମ୍ପରିକ ଡାକା ବାଦ୍ୟରେ ଏକ ବିଶାଳ ଶୋଭାଯାତ୍ରାରେ ଶତାଧିକ କନ୍ଧ ସମାଜ ଯୁବ ସଂଗଠନ ର କାର୍ଯ୍ୟକର୍ତା ଥାନା ସମ୍ମୁଖରେ ପହଞ୍ଚିଥିଲେ ।ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୋତି ଭୋଇଙ୍କୁ ନିର୍ଦ୍ଦୋଶ ରେ ଖଲାସ କରିବାକୁ ଦାବି କରିଥିଲେ । ମୋତି ଭୋଇଙ୍କ ପରିବାରକୁ ମାନସିକ ଶାରୀରିକ ନିର୍ୟାତନା ଦେଇଥିବା ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ ନାଏକ କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କାଣ୍ଡେଲକରଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଥିଲେ ।

ମଞ୍ଜୁଦେବୀ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହିତ ନିର୍ଦ୍ଦୋଷ ମୋତି ଭୋଇଙ୍କୁ ଖଲାସ ପାଇଁ ଦାବି କରିଥିଲେ । ଜିଲା କନ୍ଧ ସମାଜ ଯୁବ ସଂଗଠନର ସଭାପତି ସୁରେଶ ଭୋଇଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ପହଁଚି ଥାନା ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ