ମନ୍ତ୍ରୀ ହେଲେନି, ଶପଥ ଗ୍ରହଣ ଉତ୍ସବକୁ ଗଲେନି

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ପଶ୍ଚିମ ଓଡ଼ିଶାର ବଡ଼ ନେତା ସୁଶାନ୍ତ ସିଂ ହେଲେ ମନ୍ତ୍ରିମଣ୍ଡଳରେ ନାହିଁ ସ୍ଥାନ । ଗତ ଜୁନରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେଲା । ବାଦ ପଡ଼ିଲେ ଦକ୍ଷିଣ ଓଡ଼ିଶାର ହେଭିୱେଟ ବିକ୍ରମ କେଶରୀ ଆରୁଖ, ଉତର ଓଡ଼ିଶାର ସୁଦାମ ମାରାଣ୍ଡି ଓ ପଶ୍ଚିମ ଓଡ଼ିଶାର ସୁଶାନ୍ତ ସିଂ । ଏଗାର ମାସ ପରେ ପୁଣି ମନ୍ତ୍ରୀ ହେଲେ ଆରୁଖ ଓ ମାରାଣ୍ଡି । କିନ୍ତୁ ଫେରିପାରିଲେନି ସୁଶାନ୍ତ । ଏବେ କୁହାଯାଉଛି ଯେ ନବ ଦାସଙ୍କ ଅବର୍ତ୍ତମାନରେ ପଶ୍ଚିମ ଓଡ଼ିଶାର ବଡ଼ ଚେହେରା ସୁଶାନ୍ତ ନୁହେଁ ବରଂ ସାରଦା ।

ଝାରସୁଗୁଡ଼ା ଉପନିର୍ବାଚନରେ ବି ସୁଶାନ୍ତଙ୍କୁ ଦୂରେଇ ରଖାଗଲା । ଆଉ ଏବେ ବି ସେ ଦୂରରେ । ଆଜି ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବକୁ ମଧ୍ୟ ଆସିଲେ ନାହିଁ । ଯାହା ସୁଶାନ୍ତଙ୍କ ସମର୍ଥକଙ୍କୁ କ୍ଷ୍ମବ୍ଧ କରିଛି । କାହିଁକି ସୁଶାନ୍ତ ବାଦ୍ ପଡିଲେ ତାହାର ଉତ୍ତର ହୋଇପାରେ ବିବାଦ । ବିରୋଧୀ ବିଜେପି ଓ କଂଗ୍ରେସଙ୍କ ଟାର୍ଗେଟରେ ରହିଆସିଛନ୍ତି ସୁଶାନ୍ତ ସିଂ । ସେ ନବ ଦାସଙ୍କ ହତ୍ୟା ହେଉ ଅବା ଗ୍ୟାଙ୍ଗଷ୍ଟାର ଗୁଡ୍ଡୁ ମୁସଲିମ୍ । ଭଟଲି ବିଧାୟକଙ୍କ ବିରୋଧରେ ବିଧାନସଭାରୁ ଆରମ୍ଭ କରି ରାଜରାସ୍ତା ଯାଏ ଆସିଛି ଅଭିଯୋଗ ।

ବୋଧେ ଅପୋଜିସନଙ୍କ ଅଭିଯୋଗକୁ ଶାସକ ଦଳ ବି ଗମ୍ଭିରତା ସହ ନେଇଛି । ସେଥିପାଇଁ ବିଜେପୁର ବାଇ-ଇଲେକ୍ସନରେ କଂଗ୍ରେସ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀଙ୍କୁ ବିଜେଡିକୁ ଆଣି ଜିତାଇ ଥିବା ଓ ୧୯ରେ ନବୀନଙ୍କୁ ବିଜେପୁର ନେଇଥିବା ସୁଶାନ୍ତ ଏବେ ଅଣଦେଖା । ସୁଶାନ୍ତଙ୍କ ସମର୍ଥକ ସିନା ଅସନ୍ତୋଷ ଝାଡ଼ିଛନ୍ତି କିନ୍ତୁ ସୁଶାନ୍ତ ଅସନ୍ତୁଷ୍ଟ ବୋଲି ନିଜେ କହିନାହାନ୍ତି । ପୂର୍ବରୁ ଚର୍ଚ୍ଚା ହେଉଥିଲା ସୁଶାନ୍ତଙ୍କୁ ପଶ୍ଚିମ ଓଡ଼ିଶାର ସାଙ୍ଗଠନିକ ସମ୍ପାଦକ ଦାୟିତ୍ୱ ମିଳିବ । ୧୧ ମାସ ପରେ ବିଜେଡିରେ ନା ସେଭଳି ପଦ ବାହାରିଲା ନା ସୁଶାନ୍ତଙ୍କୁ କିଛି ନୂଆ ଦାୟିତ୍ୱ ମିଳିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ