Masthead

ମନ୍ତ୍ରୀ ହେଲେନି, ଶପଥ ଗ୍ରହଣ ଉତ୍ସବକୁ ଗଲେନି

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ପଶ୍ଚିମ ଓଡ଼ିଶାର ବଡ଼ ନେତା ସୁଶାନ୍ତ ସିଂ ହେଲେ ମନ୍ତ୍ରିମଣ୍ଡଳରେ ନାହିଁ ସ୍ଥାନ । ଗତ ଜୁନରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେଲା । ବାଦ ପଡ଼ିଲେ ଦକ୍ଷିଣ ଓଡ଼ିଶାର ହେଭିୱେଟ ବିକ୍ରମ କେଶରୀ ଆରୁଖ, ଉତର ଓଡ଼ିଶାର ସୁଦାମ ମାରାଣ୍ଡି ଓ ପଶ୍ଚିମ ଓଡ଼ିଶାର ସୁଶାନ୍ତ ସିଂ । ଏଗାର ମାସ ପରେ ପୁଣି ମନ୍ତ୍ରୀ ହେଲେ ଆରୁଖ ଓ ମାରାଣ୍ଡି । କିନ୍ତୁ ଫେରିପାରିଲେନି ସୁଶାନ୍ତ । ଏବେ କୁହାଯାଉଛି ଯେ ନବ ଦାସଙ୍କ ଅବର୍ତ୍ତମାନରେ ପଶ୍ଚିମ ଓଡ଼ିଶାର ବଡ଼ ଚେହେରା ସୁଶାନ୍ତ ନୁହେଁ ବରଂ ସାରଦା ।

ଝାରସୁଗୁଡ଼ା ଉପନିର୍ବାଚନରେ ବି ସୁଶାନ୍ତଙ୍କୁ ଦୂରେଇ ରଖାଗଲା । ଆଉ ଏବେ ବି ସେ ଦୂରରେ । ଆଜି ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବକୁ ମଧ୍ୟ ଆସିଲେ ନାହିଁ । ଯାହା ସୁଶାନ୍ତଙ୍କ ସମର୍ଥକଙ୍କୁ କ୍ଷ୍ମବ୍ଧ କରିଛି । କାହିଁକି ସୁଶାନ୍ତ ବାଦ୍ ପଡିଲେ ତାହାର ଉତ୍ତର ହୋଇପାରେ ବିବାଦ । ବିରୋଧୀ ବିଜେପି ଓ କଂଗ୍ରେସଙ୍କ ଟାର୍ଗେଟରେ ରହିଆସିଛନ୍ତି ସୁଶାନ୍ତ ସିଂ । ସେ ନବ ଦାସଙ୍କ ହତ୍ୟା ହେଉ ଅବା ଗ୍ୟାଙ୍ଗଷ୍ଟାର ଗୁଡ୍ଡୁ ମୁସଲିମ୍ । ଭଟଲି ବିଧାୟକଙ୍କ ବିରୋଧରେ ବିଧାନସଭାରୁ ଆରମ୍ଭ କରି ରାଜରାସ୍ତା ଯାଏ ଆସିଛି ଅଭିଯୋଗ ।

ବୋଧେ ଅପୋଜିସନଙ୍କ ଅଭିଯୋଗକୁ ଶାସକ ଦଳ ବି ଗମ୍ଭିରତା ସହ ନେଇଛି । ସେଥିପାଇଁ ବିଜେପୁର ବାଇ-ଇଲେକ୍ସନରେ କଂଗ୍ରେସ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀଙ୍କୁ ବିଜେଡିକୁ ଆଣି ଜିତାଇ ଥିବା ଓ ୧୯ରେ ନବୀନଙ୍କୁ ବିଜେପୁର ନେଇଥିବା ସୁଶାନ୍ତ ଏବେ ଅଣଦେଖା । ସୁଶାନ୍ତଙ୍କ ସମର୍ଥକ ସିନା ଅସନ୍ତୋଷ ଝାଡ଼ିଛନ୍ତି କିନ୍ତୁ ସୁଶାନ୍ତ ଅସନ୍ତୁଷ୍ଟ ବୋଲି ନିଜେ କହିନାହାନ୍ତି । ପୂର୍ବରୁ ଚର୍ଚ୍ଚା ହେଉଥିଲା ସୁଶାନ୍ତଙ୍କୁ ପଶ୍ଚିମ ଓଡ଼ିଶାର ସାଙ୍ଗଠନିକ ସମ୍ପାଦକ ଦାୟିତ୍ୱ ମିଳିବ । ୧୧ ମାସ ପରେ ବିଜେଡିରେ ନା ସେଭଳି ପଦ ବାହାରିଲା ନା ସୁଶାନ୍ତଙ୍କୁ କିଛି ନୂଆ ଦାୟିତ୍ୱ ମିଳିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି