Masthead

ଅସହ୍ୟ ଭିନ୍ନକ୍ଷମ ସୁଶାନ୍ତଙ୍କ ସାହାରା କିଏ?

ନ୍ୟାୟ ନମିଳିଲେ ପରିବାର ଆତ୍ମହତ୍ୟା କରିବୁ: ସୁଶାନ୍ତ ବେହେରା

ପିପିଲି(ବଡ଼ ଖବର ବ୍ୟୁରୋ): ସରକାର ‘ମୋ କୁଡ଼ିଆ’ ଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ‘ଆବାସ ଯୋଜନା’ ଭଳି ଅନେକ ଯୋଜନା କାର୍ୟ୍ୟକାରୀ କରିଥିବା ବେଳେ ଗରିବଙ୍କ ପାଇଁ ଏହି ଯୋଜନା ପାଲଟିଛି ସାତସପନ । ପୁରୀ ଜିଲ୍ଲା ପିପିଲି ବିଜ୍ଞାପିତ ଅଞ୍ଚଳ ୧୧ ନମ୍ବର ୱାର୍ଡର ହେଉଛନ୍ତି ସୁଶାନ୍ତ ବେହେରା । ସ୍ତ୍ରୀ ଓ ଦୁଇ ପିଲାଙ୍କୁ ଧରି ସେ ରହୁଛନ୍ତି ଭଙ୍ଗା ଦଦରା ପାଲ ପଡ଼ିଥିବା ଘରେ । ତେବେ ତାଙ୍କ କହିବା ଅନୁଯାଇ ସେ ହେଉଛନ୍ତି ଏକ ଭିନ୍ନ କ୍ଷମ । ତାଙ୍କର ମହାବାତ୍ୟା ଫନୀରେ ଘର ଭାଙ୍ଗି ଯାଇଥିଲା । ସରକାର ଭଙ୍ଗା ଘର ଲାଗି ଘୋଷଣା କରିଥିବା ସହାୟତା ରାଶି ତାଙ୍କୁ ମିଳିନାହିଁ କିନ୍ତୁ ସରକାରଙ୍କର ଥିବା ନିୟମ ଅନୁଯାୟୀ ତାଙ୍କର ଏହି ଲିଷ୍ଟ୍ ରେ ନାମ ଥିଲା । କିନ୍ତୁ ସହାୟତା ରାଶି ମିଳି ନଥିବାବେଳେ ଭିନ୍ନ କ୍ଷମ ଅବସ୍ଥାରେ ମଧ୍ୟ ନ୍ୟାୟ ପାଇବା ପାଇଁ ପ୍ରଶାସନଠୁ ଆରମ୍ଭ କରି ଜନପ୍ରତିନିଧି ମାନଙ୍କୁ ତାଙ୍କ ଦୁଃଖ ଜଣେଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି ।

୯୫୧୦୦ ଟଙ୍କା ଦେବା ପାଇଁ ଘୋଷଣା କରାଯାଇଥିଲା ବେଳେଆଜକୁ ପ୍ରାୟ ଷୋଳ ମାସ ବିତିଯାଇଥିଲେ ମଧ୍ୟ କଣ ପାଇଁ ସେ ଆର୍ଥିକ ସହାୟତା ପାଇପାରିନାହାଁନ୍ତି ଏନେଇ ଉଠିଉି ପ୍ରଶ୍ନ । ଏଠି ପ୍ରଶ୍ନ କି ପ୍ରଶାସନ କାହାପାଇଁ!! ଯୋଜନା ମାନ କାହାପାଇଁ!! ତାଙ୍କ ପାଇଁ ଆସିଥିବା ଆର୍ଥିକ ରାଶି ପାଇଲା କିଏ?? ତେବେ ତାଙ୍କୁ ନ୍ୟାୟ ନମିଳିଲେ ସେ ଏବଂ ପରିବାର ସମୂହ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି। ପ୍ରଶାସନ ସୁଶାନ୍ତଙ୍କୁ କେବେ ନ୍ୟାୟ ଦେବ ତାହା ଦେଖିବା ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ 🔴 ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ 🔴 ଅବପାତରେ ପରିଣତ ହେଲା ଲଘୁଚାପ 🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ 🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ 🔴 ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ 🔴 ଅବପାତରେ ପରିଣତ ହେଲା ଲଘୁଚାପ 🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ