Masthead

ଶୁଭେନ୍ଦୁଙ୍କ PAଙ୍କୁ ଗୁଳି କରି ହତ୍ୟା, ‘ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ’

କୋଲକାତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟକର ଖବର । ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ । ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକଙ୍କୁ ହତ୍ୟା । ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କୁ ଗୁଳିକରି ହତ୍ୟା କରାଯାଇଛି । ପଶ୍ଚିମବଙ୍ଗର ମଧ୍ୟମଗ୍ରାମରେ ବୀଭତ୍ସ ହତ୍ୟା କରାଯାଇଛି । ଚନ୍ଦ୍ରନାଥଙ୍କ ଛାତି, ପେଟ ଓ ମୁଣ୍ଡରେ ବାଜିଛି ୩ଟି ଗୁଳି । ଅତି ନିକଟରୁ ଗୁଳି କରିଛନ୍ତି ବାଇକ ଆରୋହୀ ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ୧୨-୧୪ ରାଉଣ୍ଡ ଗୁଳି କରିଥିବା ସୂଚନା ମିଳିଛି । ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ । ଟିଏମସି କର୍ମୀ ଗୁଳିମାଡ଼ କରିଥିବା ବିଜେପିର ଅଭିଯୋଗ । ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଉପସ୍ଥିତି ସତ୍ତ୍ୱେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣା ସାମ୍ନାକୁ ଆସିଛି ।

ଟିଏମସି କର୍ମୀ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛି । ଏହି ଗୁଳିକାଣ୍ଡ ତାହାର ଏକ ପ୍ରମାଣ ବୋଲି ବିଜେପି ନେତାମାନେ କହିଛନ୍ତି । ପଶ୍ଚିମବଙ୍ଗରେ ଏହି ଆକ୍ରମଣ ଏପରି ସମୟରେ ଆସିଛି ଯେତେବେଳେ ବିଜେପିର ବିପୁଳ ବିଜୟ ପରେ ବିଜେପି-ଟିଏମସି ସମର୍ଥକ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ସେପଟେ ଅଭିଷେକ ବାନାର୍ଜୀ ହତ୍ୟାକାଣ୍ଡ ଘଟାଇଥିବା ବିଜେପି ନେତା ଅର୍ଜୁନ ସିଂହ ଅଭିଯୋଗ କରିଛନ୍ତି । ସେ କହିଛନ୍ତି,” ଅଭିଷେକ ବାନାର୍ଜୀ ହିଁ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ସେ ମେସେଜ ଦେବାକୁ ଚାହୁଁଛନ୍ତି ଆମେ ସରକାରରେ ନଥାଇ ପାରୁ କିନ୍ତୁ ଆମେ ତୁମ ଉପରେ ଭାରି । ସେ ମୂର୍ଖ ଆମ ଉପରେ ଭରି ନୁହେଁ ସେମାନଙ୍କୁ ଏହାର ଜବାବ ମିଳିବ ।

”  ସେପଟେ ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ଟିଏମ୍‌ସି । ଟିଏମସି ବିଜେପିର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି । ହତ୍ୟାର ସିବିଆଇ ତଦନ୍ତ ଦାବି କରିଛି । କୋର୍ଟଙ୍କ ତଦାରଖରେ ସିବିଆଇ ଯାଞ୍ଚ ହେଉ ବୋଲି ଦାବି କରିଛି ତୃଣମୂଳ କଂଗ୍ରେସ ।  ଚନ୍ଦ୍ରନାଥ ରଥଙ୍କ ନିର୍ମମ ହତ୍ୟା ଏବଂ ଗତ ତିନି ଦିନ ମଧ୍ୟରେ ବିଜେପି ସମର୍ଥିତ ଦୁର୍ବୃତ୍ତମାନଙ୍କ ଦ୍ୱାରା କରାଯାଇଥିବା ନିର୍ବାଚନ ପରବର୍ତ୍ତୀ ହିଂସାରେ ଅନ୍ୟ ତିନି ଜଣ ଟିଏମସି କର୍ମୀଙ୍କ ହତ୍ୟାକୁ ଆମେ ଦୃଢ଼ ନିନ୍ଦା କରୁଛୁ । ଆମେ ଏହି ମାମଲାରେ ସର୍ବାଧିକ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ​​​​​​​ ବୋଲି କହିଛି ଟିଏମସି ।

ରାତି ପ୍ରାୟ ୧୧ଟା ୩୦ରେ ଚନ୍ଦ୍ରନାଥ ସ୍କର୍ପିଓ ଯୋଗେ ଘରକୁ ଫେରୁଥିଲେ । ଜେସୋର ରୋଡ ସ୍ଥିତ ଦେହାରିୟା ଅଞ୍ଚଳ ନିକଟରେ ଆତତାୟୀମାନେ ବାଇକରେ ଆସି ତାଙ୍କ ଗାଡ଼ିକୁ ଘେରିଯାଇଥିଲେ । କେହି କିଛି କହିବା ପୂର୍ବରୁ ସେମାନେ ଆଖିବୁଜା ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ଚନ୍ଦ୍ରନାଥଙ୍କ ଛାତି ଓ ମୁଣ୍ଡରେ ଗୁଳି ବାଜିବାରୁ ସେ ଟଳିପଡ଼ିଥିଲେ । ଆକ୍ରମଣକାରୀଙ୍କୁ ଧରିବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି । ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଟିଏମ୍‌ସି ବିଭିନ୍ନ କର୍ମକର୍ତ୍ତାଙ୍କୁ ପଚରାଉଚରା କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା