Masthead

ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅତାବିରା ବ୍ଲକ ହିରଲୀପାଲ୍ଲି ଗାଁରେ ଝାଡ଼ାବାନ୍ତି । ଝାଡ଼ାବାନ୍ତିରେ ୬୦ରୁ ଅଧିକ ଆକ୍ରାନ୍ତ, ୫ ଜଣ ଗୁରୁତର । ଅଧିକ ଚିକିତ୍ସା ପାଇଁ ୭ ଜଣଙ୍କୁ ବୁର୍ଲା ସ୍ଥାନାସ୍ତର । ହିରଲୀପାଲ୍ଲି ଗାଁରେ ଅତାବିରା ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଟିମ୍ ପହଞ୍ଚିଛି । ପାଣି ନମୂନା ସଂଗ୍ରହ ସହ ଲୋକଙ୍କୁ ସଚେତନ କରୁଛନ୍ତି । ଏଥିପାଇଁ ଗ୍ରାମର ମନ୍ଦିର ପଡ଼ା ବ୍ଲକ ଘରେ ଏକ ଅସ୍ଥାୟୀ କ୍ୟାମ୍ପ ଖୋଲାଯାଇଛି । ଡାକ୍ତରୀ ଦଳ ୨୪ଘଣ୍ଟିଆ ସେବା ଯୋଗାଉଛନ୍ତି । ଏପର୍ଯ୍ୟନ୍ତ ୭ଜଣଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ସେପଟେ କଣାସରେ ବ୍ୟାପିଲାଣି ଝାଡ଼ାବାନ୍ତି । ୬ ଦିନରେ ୬୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା ହୋଇସାରିଥିବା ବେଳେ, କଣାସର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ପୁରୀ ଜିଲ୍ଲାପାଳ ଓ ସିଡିଏମଓ । ମେଡିକାଲର ସ୍ଥିତି ଅନୁଧ୍ୟାନ କରିବା ସହ ଅପରିଷ୍କାର ପାଣିରେ ଭୋଜି ଭାତ କରିବାକୁ ବାରଣ କରିଛନ୍ତି । ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତେଇ ଦେଇଛନ୍ତି । ଏପଟେ କଣାସ ଜଙ୍କିଆ ଗଡ଼ସାହିରେ ଝାଡାବାନ୍ତିରେ ଆଶାମଣୀ ବେହେରା ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମେଡିକାଲ କର୍ତ୍ତୃପକ୍ଷ କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ସେପଟେ ବ୍ରହ୍ମପୁର ଏମକେସିଜିରେ ହଇଜା ନେଲା ଆଉ ଏକ ଜୀବନ । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ହଇଜା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି । ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା କଂସାମାରୀ ଗ୍ରାମର ୭୫ ବର୍ଷୀୟ ବୃଦ୍ଧା କେ.ପୁନି ରେଡ୍ଡୀ । ୩ଦିନ ତଳେ ସେ ହଇଜା ଆକ୍ରାନ୍ତ ହୋଇ ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳ ପରେ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାକୁ ଛୁଇଁଛି ହଇଜା । ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଇଜା ଆକ୍ରାନ୍ତ ଆସି ବ୍ରହ୍ମପୁର MKCGରେ ଭର୍ତ୍ତି ହୋଇଛନ୍ତି । ମେଡିକାଲରୁ ମିଳିଥିବା ସୂଚନା ଅନୁସାରେ ଗତ ୧ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ମୋଟ ୪୮ଜଣ ହଇଜା ଆକ୍ରାନ୍ତ MKCGରେ ଭର୍ତ୍ତି ହୋଇଥିବା ବେଳେ ଅଧିକାଂଶ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ