Masthead

ସ୍ୱାତୀ ମାଲିୱାଲ ମାମଲା, ପୋଲିସର ବଡ଼ ଖୁଲାସା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ଅସଦାଚରଣ ମାମଲା । ଦିଲ୍ଲୀ ପୋଲିସ କରିଛି ଏକ ବଡ଼ ଖୁଲାସା । ଘଟଣାର ସିସିଟିଭି ଗାୟବ ହୋଇଥିବା କହିଛି ପୋଲିସ । ପୋଲିସ ଜବତ କରିଥିବା ସିସିଟିଭି ଭିଜୁଆଲରେ ଘଟଣା ସମୟର ଦୃଶ୍ୟକୁ ବ୍ଲକ କରାଯାଇଛି । ବିଭବ କୁମାରଙ୍କୁ ରିମାଣ୍ଡରେ ନେବାବେଳେ ଦିଲ୍ଲୀ ପୋଲିସ ମଧ୍ୟ କୋର୍ଟଙ୍କୁ ଏହା କହିଛନ୍ତି । ଦିଲ୍ଲୀ ପୋଲିସ ସନ୍ଦେହ କରୁଛି ଯେ, ସିସିଟିଭିରେ ଟାମ୍ପରିଂ କରାଯାଇଛି ।

ସିଏମ୍ ହାଉସରେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି । ଦିଲ୍ଲୀ ପୋଲିସର ସୂଚନାନୁସାରେ, ସେମାନଙ୍କୁ ଏପର୍ଯ୍ୟନ୍ତ ସିଏମ ହାଉସରୁ ସିସିଟିଭି ଡିଭିଆର ଦିଆଯାଇ ନାହିଁ । ଦିଲ୍ଲୀ ପୋଲିସ ମଧ୍ୟ ଡିଭିଆର ପାଇଁ ନୋଟିସ ଜାରି କରିଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ଜଣେ ଜେଇ ସ୍ତରୀୟ ଅଧିକାରୀଙ୍କ ପାଖରେ ମଧ୍ୟ ସିଏମ୍ ହାଉସରେ ସ୍ଥାପିତ ସିସିଟିଭି ଏବଂ ଡିଭିଆର ସୁବିଧା ନାହିଁ। ସେପଟେ ଏବେ ବିଭବ କୁମାରଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଯାଇଛି । ବିଭବ କୁମାରଙ୍କ ଫୋନକୁ ଯାଞ୍ଚ ପାଇଁ ପଠାଯାଇଛି । ଦିଲ୍ଲୀ ପୋଲିସ ମୁତାବକ ବିଭବ କୁମାର ତାଙ୍କ ପୋନର ପାସଓ୍ବାଡ କହୁନାହାନ୍ତି । ବିଭବ କୁମାର ତାଙ୍କ ଫୋନ ଫରମାଟ୍ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ