Masthead

ପୁଣି ଥରେ ଅଶାନ୍ତ ହୋଇ ଉଠିଛି ସିରିୟା

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ):  ପୁଣିଥରେ ଅଶାନ୍ତ ହୋଇ ଉଠିଛି ସିରିୟା। କିଛି ଦିନ ତଳେ ଭୂକମ୍ପ ଯୋଗୁ ଛିନଛତ୍ର ହୋଇଯାଇଥିବା ସିରିୟାରେ ଏବେ ଏୟାର ଷ୍ଟ୍ରାଇକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଷ୍ଟ୍ରାଇକ ପୂର୍ବରୁ ଇରାନ ସମର୍ଥିତ ଗ୍ରୁପ ଆମେରିକା କ୍ୟାମ୍ପ୍ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା । ଏଥିରେ ଜଣେ ଆମେରିକା କଣ୍ଟ୍ରାକ୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ସୁରକ୍ଷାକର୍ମୀ ଓ ଆଉ ଜଣେ କଣ୍ଟ୍ରାକ୍ଟର ଆହତ ହୋଇଥିଲେ । ଆକ୍ରମଣର କିଛି ଘଣ୍ଟା ପରେ ହିଁ ଆମେରିକା ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଛି । ଆମେରିକା ପକ୍ଷରୁ ସିରିୟାରେ ରହିଥିବା ଇରାନ ସମର୍ଥିତ ଗୋଷ୍ଠୀଙ୍କୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ କରାଯାଇଛି।

ହମଲା ଓ ପ୍ରତି ହମଲା ସମ୍ପର୍କରେ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ଦିନ ୧.୩୮ରେ ଉତ୍ତପୂର୍ବ ସିରିୟାର ହାସାକାହ ନିକଟରେ ଥିବା ଆମେରିକା ବେସ୍‌ କ୍ୟାମ୍ପ ଉପରେ ପ୍ରଥମେ ଡ୍ରୋନ ହମଲା ହୋଇଥିଲା। ଇରାନରେ ନିର୍ମିତ ଡ୍ରୋନ ଦ୍ୱାରା ହିଁ ହମଲା କରାଯାଇଥିଲା। ଏହି ଖବର କ୍ଷୀପ୍ର ଗତିରେ ବ୍ୟାପିବା ପରେ ଆମେରିକା ମଧ୍ୟ ପ୍ରତିଶୋଧ ନେବାକୁ ଅଣ୍ଟା ଭିଡ଼ିଥିଲା। ସିରିୟାର ଡେଇର ଇଜ ଜୋର ଅଞ୍ଚଳରେ ଏକାଧିକ ବିସ୍ଫୋରଣ ହୋଇଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି