Masthead

ଉନ୍ନୟନ କାର୍ଯ୍ୟକୁ ପ୍ରଶଂସା, ସାମରିକ କାର୍ଯ୍ୟକୁ ଧମକ

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନର ୧୮ ପ୍ରାଦେଶିକ ରାଜଧାନୀ ଦଖଲ କରିଥିବା ଆତଙ୍କବାଦୀ ସଂଗଠନ ତାଲିବାନ ଏବେ ଭାରତକୁ ଧମକ ଦେଇଛି। ଧମକ ଦେବା ପୂର୍ବରୁ ଭାରତ ପକ୍ଷରୁ ଆଫଗାନିସ୍ତାନରେ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ତାଲିବାନ ମୁଖପାତ୍ର ପ୍ରଶଂସା କରିଛନ୍ତି। ଆଫଗାନିସ୍ତାନରେ ଭାରତ ପକ୍ଷରୁ ସାଲମା ଡ୍ୟାମ, ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ କରାଯାଇଛି। ଏହା ନିଶ୍ଚୟ ଏକ ଭଲ ପଦକ୍ଷେପ।

କିନ୍ତୁ ଭାରତ ଯଦି ଆଫଗାନିସ୍ତାନରେ କୌଣସି ସାମରିକ ଭୂମିକା ନିର୍ବାହ କରିବ, ତା’ହେଲେ ଆଦୌ ଠିକ୍ ହେବନାହିଁ ବୋଲି ତାଲିବାନ ପକ୍ଷରୁ ସତର୍କ କରାଇ ଦିଆଯାଇଛି। କତାରରେ ଥିବା ତାଲିବାନର ମୁଖପାତ୍ର ଶୋହିଲ ଶାହୀନ କହିଛନ୍ତି, ଆଫଗାନିସ୍ତାନ ମାଟିକୁ କେବେ ହେଲେ ଭାରତ ବିରୋଧରେ ବ୍ୟବହାର କରାଯିବ ନାହିଁ। ଏହି ମାଟିକୁ କାହାକୁ ବ୍ୟବହାର କରିବାକୁ ଦିଆଯିବ ନାହିଁ। ଏବେ ତାଲିବାନ କାବୁଲ ଅଭିମୁଖେ ବାହାରିଛି। ତାଲିବାନ କାବୁଲକୁ ଦଖଲ କରିବା ପୂର୍ବରୁ ସେଠାରେ ଥିବା ବାହାର ଦେଶର ଦୂତାବାସ କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଉଛି।

ବିଦେଶୀମାନଙ୍କ ପ୍ରତି ତାଲିବାନ ପକ୍ଷରୁ କୌଣସି ବିପଦ ନାହିଁ ବୋଲି ଶାହୀନ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, “ଆମ ପକ୍ଷରୁ ଦୂତାବାସ କିମ୍ବା ଏହାର କର୍ମଚାରୀଙ୍କ ପ୍ରତି କୌଣସି ଭୟ ନାହିଁ। ଆମେ କୌଣସି ଦୂତାବାସ କିମ୍ବା କୂଟନୀତିଜ୍ଞକୁ ଟାର୍ଗେଟ କରିନାହୁଁ। ଏକଥା ଆମେ ଥରେ ନୁହେଁ ଅନେକ ଥର କହିସାରିଛୁ। ଆମେ ଆମର ପ୍ରତିଶ୍ରୁତିକୁ ଭଲ ଭାବେ ପାଳନ କରିଥାଉ। ଭାରତ ତଥାପି ଯଦି ଚିନ୍ତା କରୁଛି, ତା’ହେଲେ ଏହା ସେମାନଙ୍କ ମାନସିକତା ଉପରେ ନିର୍ଭର କରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ