ଉନ୍ନୟନ କାର୍ଯ୍ୟକୁ ପ୍ରଶଂସା, ସାମରିକ କାର୍ଯ୍ୟକୁ ଧମକ

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନର ୧୮ ପ୍ରାଦେଶିକ ରାଜଧାନୀ ଦଖଲ କରିଥିବା ଆତଙ୍କବାଦୀ ସଂଗଠନ ତାଲିବାନ ଏବେ ଭାରତକୁ ଧମକ ଦେଇଛି। ଧମକ ଦେବା ପୂର୍ବରୁ ଭାରତ ପକ୍ଷରୁ ଆଫଗାନିସ୍ତାନରେ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ତାଲିବାନ ମୁଖପାତ୍ର ପ୍ରଶଂସା କରିଛନ୍ତି। ଆଫଗାନିସ୍ତାନରେ ଭାରତ ପକ୍ଷରୁ ସାଲମା ଡ୍ୟାମ, ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ କରାଯାଇଛି। ଏହା ନିଶ୍ଚୟ ଏକ ଭଲ ପଦକ୍ଷେପ।

କିନ୍ତୁ ଭାରତ ଯଦି ଆଫଗାନିସ୍ତାନରେ କୌଣସି ସାମରିକ ଭୂମିକା ନିର୍ବାହ କରିବ, ତା’ହେଲେ ଆଦୌ ଠିକ୍ ହେବନାହିଁ ବୋଲି ତାଲିବାନ ପକ୍ଷରୁ ସତର୍କ କରାଇ ଦିଆଯାଇଛି। କତାରରେ ଥିବା ତାଲିବାନର ମୁଖପାତ୍ର ଶୋହିଲ ଶାହୀନ କହିଛନ୍ତି, ଆଫଗାନିସ୍ତାନ ମାଟିକୁ କେବେ ହେଲେ ଭାରତ ବିରୋଧରେ ବ୍ୟବହାର କରାଯିବ ନାହିଁ। ଏହି ମାଟିକୁ କାହାକୁ ବ୍ୟବହାର କରିବାକୁ ଦିଆଯିବ ନାହିଁ। ଏବେ ତାଲିବାନ କାବୁଲ ଅଭିମୁଖେ ବାହାରିଛି। ତାଲିବାନ କାବୁଲକୁ ଦଖଲ କରିବା ପୂର୍ବରୁ ସେଠାରେ ଥିବା ବାହାର ଦେଶର ଦୂତାବାସ କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଉଛି।

ବିଦେଶୀମାନଙ୍କ ପ୍ରତି ତାଲିବାନ ପକ୍ଷରୁ କୌଣସି ବିପଦ ନାହିଁ ବୋଲି ଶାହୀନ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, “ଆମ ପକ୍ଷରୁ ଦୂତାବାସ କିମ୍ବା ଏହାର କର୍ମଚାରୀଙ୍କ ପ୍ରତି କୌଣସି ଭୟ ନାହିଁ। ଆମେ କୌଣସି ଦୂତାବାସ କିମ୍ବା କୂଟନୀତିଜ୍ଞକୁ ଟାର୍ଗେଟ କରିନାହୁଁ। ଏକଥା ଆମେ ଥରେ ନୁହେଁ ଅନେକ ଥର କହିସାରିଛୁ। ଆମେ ଆମର ପ୍ରତିଶ୍ରୁତିକୁ ଭଲ ଭାବେ ପାଳନ କରିଥାଉ। ଭାରତ ତଥାପି ଯଦି ଚିନ୍ତା କରୁଛି, ତା’ହେଲେ ଏହା ସେମାନଙ୍କ ମାନସିକତା ଉପରେ ନିର୍ଭର କରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’