ମାଛଧରାକୁ ନେଇ ଗୋଷ୍ଠୀ ସଂଘର୍ଷ, ନ୍ୟାୟ ଦାବିରେ ଥାନା ଘେରାଉ କଲେ ଉତ୍ତ୍ୟକ୍ତ ଲୋକେ

ପଟ୍ଟାମୁଣ୍ଡାଇ (ବଡ଼ ଖବର ବ୍ୟୁରୋ): ମାଛଧରାକୁ ନେଇ ଗୋଷ୍ଠୀ ସଂଘର୍ଷ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ମାଛ ଧରାକୁ ନେଇ ଗୋଷ୍ଠୀ ସଂଘର୍ଷରେ ମୃତ ଗୋଲେଖ ସେଠୀଙ୍କ ମୃତଦେହ ରଖି ଥାନା ଆଗରେ ନ୍ୟାୟ ଦାବିରେ ଥାନା ଘେରାଉ କଲେ ମୃତଙ୍କ ପରିବାର ଲୋକେ । ଗାଁର ନିଲାମ ପୋଖରୀରେ ମାଛ ଧରାକୁ ନେଇ ହୋଇଥିବା ଆକ୍ରମଣରୁ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଆକ୍ରମଣରେ ପଟ୍ଟାମୁଣ୍ଡାଇ ବ୍ଲକ ଅଠରବାଟିଆ ଗାଁର ଗୋଲେଖ ସେଠୀ ମୃତ ଓ ତାଙ୍କ ସାନଭାଇ ସୁନାକାର ସେଠୀ ଆହତ ।

ନିଲାମ ପୋଖରୀରୁ ମାଛଧାରାକୁ ନେଇ ୬ତାରିଖରେ ହୋଇଥିବା ଗଣ୍ଡଗୋଳକୁ ନେଇ ଗତକାଲି ୨୦ ରୁ ଊର୍ଧ୍ୱ ଲୋକଙ୍କ ଆକ୍ରମଣରେ ଗାଲେଖ ସେଠୀ ଗୁରୁତର ହୋଇ କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ବରଣ କରିଥିଲେ । ସୁନାକାରଙ୍କ ପୁଅ ଅମର ସେଠୀ ଓ ସୋମ୍ୟରଞ୍ଜନ ସେଠୀ ଗ୍ରାମାଞ୍ଚଳ ଥାନାକୁ ଖବର ଦେବାକୁ ଆସିଥିବା ବେଳେ ପୋଲିସ ସେମାନଙକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଯାହାକୁ ବିରୋଧ କରି ଶତାଧିକ ମହିଳା ଗ୍ରାମାଞ୍ଚଳ ଥାନା ଘେରାଉ କରିଥିଲେ । ପଟ୍ଟାମୁଣ୍ଡାଇ ଏସଡିପିଓ ଘଟଣା ସ୍ଥଳରେ ପହଁଚି ପ୍ରକୃତ ଆସାମୀକୁ ଗିରଫ କରିବାର ପ୍ରତିଶୃତି ଦେବାରୁ ମହିଳା ମାନେ ଆନ୍ଦୋଳନ ରୁ ଉଠିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ