Masthead

ମିଳିଲାନି ଟିକେଟ, ବିଷ ପିଇଦେଲେ ଏମପି

ତାମିଲନାଡ଼ୁ (ବଡ଼ ଖବର ବ୍ୟୁରୋ) ନିର୍ବାଚନ ପାଇଁ ଘୋଷଣା ହେଲାଣି ପ୍ରାର୍ଥୀ ତାଲିକା । ରବିବାର ବିଜେପି ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ହେବିୱେଟଙ୍କୁ ଟିକେଟ ଦେଇଛି ବିଜେପି । କିନ୍ତୁ ଏହାରି ଭିତରେ ଆସିଛି ଏକ ଦୁଃଖଦ ଖବର । ଲୋକସଭା ଟିକେଟ ନ ମିଳିବାରୁ ମାନସିକ ଭାରସାମ୍ୟ ହରାଇ ବସିଥିବା ଜଣେ ଏମ୍‌ପି କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ତାମିଲନାଡ଼ୁରେ ଘଟିଥିବା ଘଟିଛି । ଏମପି ଜଣକ ହେଲେ ୭୬ ବର୍ଷୀୟ ଏ. ଗଣେଶମୂର୍ତ୍ତି।

ଏ. ଗଣେଶମୂର୍ତ୍ତି ଏବେ ତାମିଲନାଡ଼ୁର ଇରୋଡ ଲୋକସଭା ଆସନରୁ ଏମ୍‌ପି ଅଛନ୍ତି। ଏ. ଗଣେଶମୂର୍ତ୍ତି ଏମଡିଏମକେ ଦଳର ଏମ୍‌ପି ଅଛନ୍ତି। ମାତ୍ର ଆସନ୍ତା ନିର୍ବାଚନ ନିମନ୍ତେ ଦଳ ପକ୍ଷରୁ ତାଙ୍କୁ ଟିକେଟ ଦିଆଯାଇ ନାହିଁ। ଏହାକୁ ନେଇ ଗତ କିଛି ଦିନ ହେଲା ମାନସିକ ଅବସାଦରେ ରହୁଥିଲେ । ରବିବାର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସେ ପାଣିରେ କୀଟନାଶକ ମିଶାଇ ପିଇ ଦେଇଥିଲେ। ଏହାପରେ ତାଙ୍କ ଅବସ୍ଥା ବିଗିଡ଼ିଥିବା ବେଳେ ବିଷ ପିଇ ଦେଇଥିବା ନେଇ ସେ ପରିବାର ଲୋକଙ୍କୁ ଜଣାଇଥିଲେ।

ଏହାପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ କୋଏମ୍ବଟୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଆଇସିୟୁରେ ଏ. ଗଣେଶମୂର୍ତ୍ତିଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହି ଖବର ମିଳିବା ପରେ ତାମିଲନାଡ଼ୁ ସରକାରର ବହୁ ମନ୍ତ୍ରୀ, ବିଜେପି ନେତା ପ୍ରମୁଖ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର