Masthead

‘ଚାଷୀ ଆତ୍ମହତ୍ୟା କଲେଣି, ନବୀନ ବାବୁ ହସୁଛନ୍ତି’: ବର୍ଷିଲେ ତାରା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଧାନ ପ୍ରସଙ୍ଗ ନେଇ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । ବିଜେପି ଓ ବିଜେଡି ନେତା ମିଳିତ ଭାବରେ ପ୍ରୟାସ କରୁଛନ୍ତି ବିଧାନସଭା ତାରା ପ୍ରସାଦ ବାହିନୀପତି । ବିଜେପି ଓ ବିଜେଡି ମିଳିତ ଭାବରେ ପ୍ରୟାସ କରୁଛନ୍ତି ବିଧାନସଭା ନଚାଲୁ,ଚାଷୀଙ୍କ ଧାନ ନଉଠୁ । କେବଳ ଡ୍ରାମା କରୁଛନ୍ତି ବୋଲି କହିଛନ୍ତି ତାରା । ବିଧାୟକ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ,ଚାଷୀ ଆତ୍ମହତ୍ୟା କଲେଣି ନବୀନ ବାବୁ ହସୁଛନ୍ତି । ଲୋକଙ୍କ ସହ ସରକାର ବେଇମାନ କରିଛନ୍ତି । ଯେପର୍ୟ୍ୟନ୍ତ ଚାଷୀ ଙ୍କ ଧାନ ଉଠିନି ସେପର୍ୟ୍ୟନ୍ତ ଆନ୍ଦୋଳନ କରିବ କଂଗ୍ରେସ ।

ବିଧାନସଭା ଆରମ୍ଭରୁ ଆଜି ଗୃହରେ ଅଚଳାବସ୍ଥା ଜାରି ରହିଥିବା ବେଳେ ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି ତାରା । ଗରିବ ଲୋକଙ୍କ ଟିକସରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଅଧିବେଶନ ହେଉଥିଲେ ମଧ୍ୟ ଗୃହ ଚାଲୁନାହିଁ । ଜାଣିଶୁଣି ଉଭୟ ବିଜେପି-ବିଜେଡି ଗୃହ ଚଲାଇ ଦେଉନାହାନ୍ତି । ତେଣୁ ବାଚସ୍ପତି ତୁରନ୍ତ ସର୍ବଦଳୀୟ ବୈଠକ ଡାକି ଏ ବାବଦରେ ଆଲୋଚନା ସହ ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ତାରା । ମଣ୍ଡିରୁ ଧାନ ଉଠିବା ନେଇ ମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ କାର୍ଯ୍ୟକାରୀ କରୁନାହାନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ ଚାଷୀଙ୍କ ଧାନ ଉଠାଇବା, କିନ୍ତୁ ଏଭଳି ନକରି କେବଳ ପରସ୍ପର ଉପରେ ଦୋଷ ଲଦୁଛନ୍ତି । ମାନ୍ୟବର ମନ୍ତ୍ରୀ ବୈଠକ ଡାକି ଆଲୋଚନା କରିବା ସହ ଚାଷୀଙ୍କ ଧାନ ଉଠାନ୍ତୁ ନହେଲେ ଆମେ ଆନ୍ଦୋଳନ କରିବୁ । ଗୃହ ଚାଲିବା ଦରକାର ଓ ଚାଷୀଙ୍କ ଧାନ ଉଠିବା ଦରକାର ବୋଲି କହିଛନ୍ତି ତାରା । ତେବେ ଗୃହରେ ବିଜେପି ବିଧାୟକ ଆତ୍ମହତ୍ୟା ଉଦ୍ୟମ କରିବା ର୍ଦୁଭାଗ୍ୟଜନକ ବୋଲି କହିଛନ୍ତି ତାରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍