Masthead

ଥାନା ପୋଡି ଘଟଣାରେ ଗ୍ରାଉଣ୍ଡ ଜିରୋରେ ପହଁଞ୍ଚିଛି ବିଜେପି ଟିମ୍

ବାଲିଗୁଡା(ବଡ଼ ଖବର ବ୍ୟୁରୋ):  ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଗ୍ରାଉଣ୍ଡ ଜିରୋରେ ପହଁଞ୍ଚିଛି ବିଜେପି ଟିମ୍ । ଫିରିଙ୍ଗିଆ ବ୍ଲକର ଗାଁ ଗାଁ ବୁଲି ଲୋକଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଥାନାରେ ଥିବା ପୋଲିସ କର୍ମଚାରୀ ଏବଂ ଫିରିଙ୍ଗିଆ ଲୋକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ବରିଷ୍ଠ ବିଜେପି ନେତା ବିରଞ୍ଚି ନାରାୟଣ ତ୍ରିପାଠୀ, ବିଧାୟକ ନାଉରି ନାୟକ, ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଅଶୋକ ମିଶ୍ର, ବିଭୁତି ଜେନା, ଗୋକୁଳାନନ୍ଦ ମଲ୍ଲିକ,ଜଗନ୍ନାଥ ସାହୁ ଫୀରିଙ୍ଗିଆ ଗସ୍ତ କରିଛନ୍ତି । ପୋଲିସର ତାଲିବାନ ଶାସନକୁ ବିଜେପି ଟିମ ଆଗରେ ବଖାଣିଛନ୍ତି ସାଧାରଣ ଲୋକେ।

ପୋଲିସ ଗାଁ ଗାଁ ବୁଲି ଭୟଭୀତ କରୁଛି। ଯାହାକୁ ଦେଖିବ ପୋଲିସ ଉଠାଇ ନେଉଛି। ଗାଁ ରେ ରହିବାକୁ ଡର ଲାଗୁଛି। ଚାରି ଚକିଆ ଗାଡି ଦେଖିଲେ ଜଙ୍ଗଲକୁ ଧାଇଁବାକୁ ପଡୁଛି । ଘଟଣାରେ ଯେଉଁମାନେ ସମ୍ପୃକ୍ତି ନାହାନ୍ତି,କିମ୍ବା ଘଟଣାଦିନ ଯେଉଁମାନେ ନଥିଲେ ସେମାନଙ୍କ ଉପରେ ପୋଲିସ ମାମଲା ରୁଜୁ କରୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।ଥାନା ପୋଡି ଘଟଣା ପୂର୍ବରୁ ଗଞ୍ଜେଇ ଖୋଜିବାକୁ ଆସି ଗାଁ ର ସମସ୍ତ ଗାଁ ଲୋକଙ୍କ ଘରେ ପଶୁଛି ପୋଲିସ। ଗଞ୍ଜେଇ ନ ବାହାରିଲେ ମଧ୍ୟ ମିଥ୍ୟା ମାମଲା ରୁଜୁ ହେଉଥିଲା। ପୋଲିସ ବର୍ତ୍ତମାନ ଯେଉଁଭଳି ଭୟଭୀତ କରୁଛି ଯଦି ସେମିତି ଲାଗିରୁହେ। ତେବେ ପୁଣି ଗାଁ ଗାଁରେ ଅସନ୍ତୋଷ ଦେଖାଦେଵ ବୋଲି କହିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା