Masthead

ଟାରଜନ ଅଭିନେତା ଜୋ ଲାରାଙ୍କ ମୃତ୍ୟୁ

(ବଡ଼ ଖବର ବ୍ୟୁରୋ): ବିମାନ ଦୁର୍ଘଟଣାରେ ‘ଟାରଜନ’ ଅଭିନେତା ଜୋ ଲାରାଙ୍କ ମୃତ୍ୟୁ । ଟିନେସି ଅନ୍ତର୍ଗତ ସ୍ମାଇର୍ଣ୍ଣାରୁ ଉଡ଼ାଣ ଆରମ୍ଭ କରି ଫ୍ଲୋରିଡ଼ା ପାମ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏକ କ୍ଷୁଦ୍ର ବିମାନ ‘ପିର୍ସି ପ୍ରିଷ୍ଟ ହ୍ରଦ’ ଉପର ଦେଇ ଗତି କରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଛି । ଏଥିରେ ପ୍ରସିଦ୍ଧ ଚଳଚ୍ଚିତ୍ର ଟାରଜନର ଅଭିନେତା ଜୋ ଲାରା ଓ ତାଙ୍କ ପତ୍ନୀଙ୍କ ସମେତ ୭ଜଣଙ୍କ ମୃତ୍ୟୁ ହୋଇଥିବା ରବିବାର ସରକାରୀ କର୍ତ୍ତୁପକ୍ଷମାନେ କହିଛନ୍ତି ।

ଏକ ବିବୃତ୍ତିରେ ‘ରଥର୍‌ଫୋର୍ଡ କାଉଣ୍ଟି ଫାୟାର୍‌ ରେସ୍କ୍ୟୁ’ କ୍ୟାପ୍‌ଟେନ୍‌ ଜୋସୁଆ ସାଣ୍ଡର୍ସ କହିଛନ୍ତି ଯେ, ବିମାନର ଭଗ୍ନାଂଶ ପଡ଼ିଥିବା ହ୍ରଦର ଅଧମାଇଲ୍‌ ପରିବ୍ୟାପ୍ତ ଅଞ୍ଚଳରେ ଉଦ୍ଧାର ଅଭିଯାନ ନିବଦ୍ଧ କରାଯାଇଥିଲା। କିନ୍ତୁ, ଏବେ ଆଉ କୌଣସି ବିମାନଯାତ୍ରୀ ଜୀବନ୍ତ ଥିବା ମନେ ହେଉ ନ ଥିବାରୁ ଉଦ୍ଧାର ଅଭିଯାନ ତଲାସ ଅଭିଯାନ ପାଲଟି ଗଲାଣି। ଆଜି ସକାଳୁ ମଧ୍ୟ ତଲାସ ଅଭିଯାନ ଆରମ୍ଭ ହୋଇଛି। ତେବେ ୧୯୮୯ରେ ଲାରା ଟେଲିଭିଜନ ଚଳଚ୍ଚିତ୍ର ‘ଟାରଜନ ଇନ ମାନହଟନ’ରେ ଟାରଜନ ଭୂମିକାରେ ଅଭିନୟ କରିଥିଲେ । ପରେ ୧୯୯୬ରୁ ୧୯୯୭ରେ ପ୍ରସାରିତ ଟେଲିଭିଜନ ସିରିଜ ‘ଟାରଜନ: ଦି ଏପିକ ଆଡ଼ଭେଞ୍ଜର୍ସ’ରେ ମଧ୍ୟ ଅଭିନୟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି