Masthead

ଆଣ୍ଠେଇଛି ଟାଟା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି ସରକାରରେ ରାଜ୍ୟରେ ଚାଲିଛି ଓଡ଼ିଆ ମାରଣ ନୀତି । ଓଡ଼ିଆ ଠିକାଦାରଙ୍କୁ ସରକାର କୋଣଠେସା ଦେଉଥିବା ବେଳେ ଓଡ଼ିଆ ଯୁବକଙ୍କୁ ଚାକିରିରୁ ଛଟେଇ କରାଯାଉଛି । ବାରମ୍ବାର ଆନ୍ଦୋଳନ ପରେ ଛଟେଇ କର୍ମଚାରୀଙ୍କ ବିକଳ ବିଳାପ ରାଜ୍ୟ ସରକାରଙ୍କ କାନରେ ବାଜୁନଥିଲା । ଲୋକଙ୍କ ଚ୍ୟାନେଲ ବଡ଼ ଖବରରେ ଖବର ପ୍ରସାରଣ ପରେ ସରକାରଙ୍କ ଚୈତନ୍ୟ ଉଦୟ ହୋଇଛି । ଆଣ୍ଠେଇଛି ଟାଟା । ଛଟେଇ କର୍ମଚାରୀଙ୍କୁ ଦେଇଛି ନିଯୁକ୍ତି । ରାଜନୈତିକ ଓ ପ୍ରଶାସନିକ ପ୍ରୋତ୍ସାହନ ପାଇଁ ଅଣଓଡ଼ିଆ ଠିକାଦାରମାନେ ଓଡ଼ିଶାରେ କାୟା ବିସ୍ତାର କରିବାରେ ଲାଗିଛନ୍ତି ।

ରାଜ୍ୟରେ ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱ ଟାଟା ପାୱାର ନେବା ପୂର୍ବରୁ ରାଜ୍ୟ ସରକାର ଲୋକଙ୍କୁ ଦେଖାଇଥିଲେ ରଙ୍ଗୀନ୍ ସ୍ୱପ୍ନ । ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ବିଜେଡି ରାଜ୍ୟସଭା ସାଂସଦ ପ୍ରତିଶ୍ରୁତି ଦେଇଥିଲେ କୌଣସି କର୍ମଚାରୀଙ୍କ ଚାକିରି ଯିବ ନାହିଁ । ମାତ୍ର ମନ୍ତ୍ରୀ ଓ ସାଂସଦଙ୍କ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଗଲା । ଟାଟା ପାୱାର ଦାୟିତ୍ୱ ନେବାର ମାସେ ଭିତରେ ୭ହଜାର ୫୦୦ କର୍ମଚାରୀଙ୍କୁ ଛଟେଇ କଲା। ଚାକିରି ହରାଇଥିବା କର୍ମଚାରୀ ଆନ୍ଦୋଳନ କଲେ । ରାଜ୍ୟର ପ୍ରତ୍ୟେକ ସ୍ଥାନରେ ଚାଲିଲା ଆନ୍ଦୋଳନ । ଟାଟା ପାୱାର ଅଫିସ ଆଗରେ ମଧ୍ୟ ଚାଳିଲା ଆନ୍ଦୋଳନ । ତଥାପି ସରକାର ଶୁଣିଲେ ନାହିଁ ।

ଟାଟା ପାୱାର କର୍ତ୍ତୃପକ୍ଷ ଆଡ ଆଖିରେ ଚାହିଁଲେ ନାହିଁ । ରାଜ୍ୟର କୌଣସି ଗଣମାଧ୍ୟମ ୭ହଜାର ୫୦୦ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ଦାବି କଲେ ନାହିଁ । ଲୋକଙ୍କ ଚ୍ୟାନେଲ ଆଗେଇ ଆସିଲା । ସରକାରଙ୍କ ଦୋଷ ଦୁର୍ବଳତା ପଦାରେ ପକାଇଲା । ୭ହଜାର ୫୦୦ କର୍ମଚାରୀଙ୍କ ସ୍ୱାର୍ଥରକ୍ଷା ପାଇଁ ବଡ଼ ଖବର ଏହି ଟୋରିଆଲ ସୋରେ ଖବର ପ୍ରସାର କରାଗଲା । ଶେଷରେ ଆଣ୍ଠେଇଲା ଟାଟା । ପକାଇଥିବା ଛେପ ଚାଟିଲା । ଛଟେଇ କର୍ମଚାରୀଙ୍କୁ ଦେଲା ନିଯୁକ୍ତିପତ୍ର । ସାଧାରଣ ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ଲୋକଙ୍କ ଚ୍ୟାନେଲ ବଡ଼ ଖବରରେ ଖବର ପ୍ରସାରଣ ପରେ ସରକାରଙ୍କ ଚୈତନ୍ୟ ଉଦୟ ହୋଇଛି । ଛଟେଇ କର୍ମଚାରୀମାନେ ପାଇଛନ୍ତି ପୁଣି ନିଯୁକ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ