Masthead

ଆଣ୍ଠେଇଛି ଟାଟା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି ସରକାରରେ ରାଜ୍ୟରେ ଚାଲିଛି ଓଡ଼ିଆ ମାରଣ ନୀତି । ଓଡ଼ିଆ ଠିକାଦାରଙ୍କୁ ସରକାର କୋଣଠେସା ଦେଉଥିବା ବେଳେ ଓଡ଼ିଆ ଯୁବକଙ୍କୁ ଚାକିରିରୁ ଛଟେଇ କରାଯାଉଛି । ବାରମ୍ବାର ଆନ୍ଦୋଳନ ପରେ ଛଟେଇ କର୍ମଚାରୀଙ୍କ ବିକଳ ବିଳାପ ରାଜ୍ୟ ସରକାରଙ୍କ କାନରେ ବାଜୁନଥିଲା । ଲୋକଙ୍କ ଚ୍ୟାନେଲ ବଡ଼ ଖବରରେ ଖବର ପ୍ରସାରଣ ପରେ ସରକାରଙ୍କ ଚୈତନ୍ୟ ଉଦୟ ହୋଇଛି । ଆଣ୍ଠେଇଛି ଟାଟା । ଛଟେଇ କର୍ମଚାରୀଙ୍କୁ ଦେଇଛି ନିଯୁକ୍ତି । ରାଜନୈତିକ ଓ ପ୍ରଶାସନିକ ପ୍ରୋତ୍ସାହନ ପାଇଁ ଅଣଓଡ଼ିଆ ଠିକାଦାରମାନେ ଓଡ଼ିଶାରେ କାୟା ବିସ୍ତାର କରିବାରେ ଲାଗିଛନ୍ତି ।

ରାଜ୍ୟରେ ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱ ଟାଟା ପାୱାର ନେବା ପୂର୍ବରୁ ରାଜ୍ୟ ସରକାର ଲୋକଙ୍କୁ ଦେଖାଇଥିଲେ ରଙ୍ଗୀନ୍ ସ୍ୱପ୍ନ । ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ବିଜେଡି ରାଜ୍ୟସଭା ସାଂସଦ ପ୍ରତିଶ୍ରୁତି ଦେଇଥିଲେ କୌଣସି କର୍ମଚାରୀଙ୍କ ଚାକିରି ଯିବ ନାହିଁ । ମାତ୍ର ମନ୍ତ୍ରୀ ଓ ସାଂସଦଙ୍କ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଗଲା । ଟାଟା ପାୱାର ଦାୟିତ୍ୱ ନେବାର ମାସେ ଭିତରେ ୭ହଜାର ୫୦୦ କର୍ମଚାରୀଙ୍କୁ ଛଟେଇ କଲା। ଚାକିରି ହରାଇଥିବା କର୍ମଚାରୀ ଆନ୍ଦୋଳନ କଲେ । ରାଜ୍ୟର ପ୍ରତ୍ୟେକ ସ୍ଥାନରେ ଚାଲିଲା ଆନ୍ଦୋଳନ । ଟାଟା ପାୱାର ଅଫିସ ଆଗରେ ମଧ୍ୟ ଚାଳିଲା ଆନ୍ଦୋଳନ । ତଥାପି ସରକାର ଶୁଣିଲେ ନାହିଁ ।

ଟାଟା ପାୱାର କର୍ତ୍ତୃପକ୍ଷ ଆଡ ଆଖିରେ ଚାହିଁଲେ ନାହିଁ । ରାଜ୍ୟର କୌଣସି ଗଣମାଧ୍ୟମ ୭ହଜାର ୫୦୦ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ଦାବି କଲେ ନାହିଁ । ଲୋକଙ୍କ ଚ୍ୟାନେଲ ଆଗେଇ ଆସିଲା । ସରକାରଙ୍କ ଦୋଷ ଦୁର୍ବଳତା ପଦାରେ ପକାଇଲା । ୭ହଜାର ୫୦୦ କର୍ମଚାରୀଙ୍କ ସ୍ୱାର୍ଥରକ୍ଷା ପାଇଁ ବଡ଼ ଖବର ଏହି ଟୋରିଆଲ ସୋରେ ଖବର ପ୍ରସାର କରାଗଲା । ଶେଷରେ ଆଣ୍ଠେଇଲା ଟାଟା । ପକାଇଥିବା ଛେପ ଚାଟିଲା । ଛଟେଇ କର୍ମଚାରୀଙ୍କୁ ଦେଲା ନିଯୁକ୍ତିପତ୍ର । ସାଧାରଣ ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ଲୋକଙ୍କ ଚ୍ୟାନେଲ ବଡ଼ ଖବରରେ ଖବର ପ୍ରସାରଣ ପରେ ସରକାରଙ୍କ ଚୈତନ୍ୟ ଉଦୟ ହୋଇଛି । ଛଟେଇ କର୍ମଚାରୀମାନେ ପାଇଛନ୍ତି ପୁଣି ନିଯୁକ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା