Masthead

ମୁକୁଳା ଟ୍ରାନସ୍ ଫର୍ମର, ସର୍ଟ ସର୍କିଟରେ ଗାଈ ମୃତ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ସହର ସହଦେବ ଖୁଣ୍ଟା ସ୍ଥିତ ସେଣ୍ଟ ଜାଭିୟର୍ସ ଇଣ୍ଟରନ୍ୟାସନାଲ ସ୍କୁଲ ଗେଟ ନିକଟରେ ବର୍ଷ ବର୍ଷ ଧରି ଦିନ ରାତି ମୁକୁଳା ପଡିଛି ବିଦୁ୍ୟତ ଟ୍ରନ୍ସଫର୍ମର । ମୁକୁଳା ପଡିଥିବା ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଗୋଟିଏ ଗୋରୁର ଜୀବନ ଚାଲିଯାଇଥିବାବେଳେ ମୃତୁ୍ୟ ମୁହଁରୁ ବଞ୍ଚି ଯାଇଛନ୍ତି ୨ଟି ବାଛୁରୀ ।

ତେବେ ପ୍ରଶ୍ନ ଉଠୁଛି ଜନଗହଳି ପୂର୍ଣ୍ଣ ରାସ୍ତାରେ ବର୍ଷ ବର୍ଷ ଧରି ଟା୍ରନ୍ସଫର୍ମରକୁ କିପରି ମୁକୁଳା ପକେଇ ରଖିଛିି ଟାଟା ପାୱାର । ସେହି ମୁକୁଳା ଟ୍ରାନସ୍ ଫର୍ମର ନିକଟ ଦେଇ ସ୍କୁଲ ଛାତ୍ର ଛାତ୍ରୀଙ୍କ ସମେତ ଶହ ଶହ ଲୋକ ଯାତାୟତ କରୁଥିବା ବେଳେ କାହା ସହ କେତେବେଳେ ବି ଦୁର୍ଘଟଣା ଘଟିପାରେ ତାହା କହିବା ଅସମ୍ଭବ ।

ଟାଟା ପାୱାର କେବଳ ବିଦ୍ୟୁତ୍ ବିଲ୍ ବଢାଇ ଅର୍ଥ ଲୁଟୁଛନ୍ତି କିନ୍ତୁ ଲୋକଙ୍କ ଧନ ଜୀବନ ପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି । ଯେଉଁଠି ବାଲେଶ୍ବର ସହର ଭିତରେ ଯଦି ଏମିତି ବିଦ୍ୟୁତ୍ ତାର ମୁକୁଳା ପଡେ ତେବେ ଗ୍ରାମାଞ୍ଚଳରେ କିଭଳି ସେବା ଯୋଗାଉଥିବ ତାହା ଏଇଠୁ ହିଁ ଅନୁମାନ କରାଯାଉଛି । ଯାହାକି ଆଜି ନିରୀହ ଜୀବର ଜୀବନ ଯିବାକୁ ନେଇ ଟାଟା ପାୱାର ହିଁ ଦାୟୀ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ