Masthead

ମୁକୁଳା ଟ୍ରାନସ୍ ଫର୍ମର, ସର୍ଟ ସର୍କିଟରେ ଗାଈ ମୃତ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ସହର ସହଦେବ ଖୁଣ୍ଟା ସ୍ଥିତ ସେଣ୍ଟ ଜାଭିୟର୍ସ ଇଣ୍ଟରନ୍ୟାସନାଲ ସ୍କୁଲ ଗେଟ ନିକଟରେ ବର୍ଷ ବର୍ଷ ଧରି ଦିନ ରାତି ମୁକୁଳା ପଡିଛି ବିଦୁ୍ୟତ ଟ୍ରନ୍ସଫର୍ମର । ମୁକୁଳା ପଡିଥିବା ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଗୋଟିଏ ଗୋରୁର ଜୀବନ ଚାଲିଯାଇଥିବାବେଳେ ମୃତୁ୍ୟ ମୁହଁରୁ ବଞ୍ଚି ଯାଇଛନ୍ତି ୨ଟି ବାଛୁରୀ ।

ତେବେ ପ୍ରଶ୍ନ ଉଠୁଛି ଜନଗହଳି ପୂର୍ଣ୍ଣ ରାସ୍ତାରେ ବର୍ଷ ବର୍ଷ ଧରି ଟା୍ରନ୍ସଫର୍ମରକୁ କିପରି ମୁକୁଳା ପକେଇ ରଖିଛିି ଟାଟା ପାୱାର । ସେହି ମୁକୁଳା ଟ୍ରାନସ୍ ଫର୍ମର ନିକଟ ଦେଇ ସ୍କୁଲ ଛାତ୍ର ଛାତ୍ରୀଙ୍କ ସମେତ ଶହ ଶହ ଲୋକ ଯାତାୟତ କରୁଥିବା ବେଳେ କାହା ସହ କେତେବେଳେ ବି ଦୁର୍ଘଟଣା ଘଟିପାରେ ତାହା କହିବା ଅସମ୍ଭବ ।

ଟାଟା ପାୱାର କେବଳ ବିଦ୍ୟୁତ୍ ବିଲ୍ ବଢାଇ ଅର୍ଥ ଲୁଟୁଛନ୍ତି କିନ୍ତୁ ଲୋକଙ୍କ ଧନ ଜୀବନ ପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି । ଯେଉଁଠି ବାଲେଶ୍ବର ସହର ଭିତରେ ଯଦି ଏମିତି ବିଦ୍ୟୁତ୍ ତାର ମୁକୁଳା ପଡେ ତେବେ ଗ୍ରାମାଞ୍ଚଳରେ କିଭଳି ସେବା ଯୋଗାଉଥିବ ତାହା ଏଇଠୁ ହିଁ ଅନୁମାନ କରାଯାଉଛି । ଯାହାକି ଆଜି ନିରୀହ ଜୀବର ଜୀବନ ଯିବାକୁ ନେଇ ଟାଟା ପାୱାର ହିଁ ଦାୟୀ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା