Masthead

ଫିଲ୍ମ ଷ୍ଟାଇଲରେ ମର୍ଡର

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଫିଲ୍ମ ଷ୍ଟାଇଲରେ ମର୍ଡର । ଗାଡି ଭଡାରେ ନେଇ ଡ୍ରାଇଭରଙ୍କୁ କଲେ ହତ୍ୟା । ସେହି ୨ ଯୁବକ ଓ ଜଣେ ଯୁବତୀଙ୍କୁ ଖୋଜୁଛି ପୋଲିସ । ଘଟଣାର କରୁଛି ତଦନ୍ତ । କଟକରେ ମାତିଛନ୍ତ ଦୁର୍ବୃତ । ଭିନ୍ନ ରଣନୀତରେ କରୁଛନ୍ତି ଲୁଟ୍, ରାହାଜାନୀ, ମର୍ଡର । ଜାଲରେ ପକାଇବା ପାଇଁ ଆପଣାଉଛନ୍ତି ଭିନ୍ନ ତରିକା । ଯାହା ଏ ଖବରରୁ ସ୍ପଷ୍ଟ ବାରି ହୋଇପଡୁଛି । ଘଟଣା ଥିଲା କିଛି ଏମିତି । ଜୁନ ୨୪, ରାତି ୮ଟା । ସହର କଟକ । ଦୁଇ ଜଣ ପୁଅ ଓ ଜଣେ ଝିଅ ଗୋଟିଏ କାର ଭଡା କଲେ । କହିଲେ ଆମ ଉଭଣୀ ହଷ୍ଟେଲରେ ପାଠ ପଢୁଛି ।

ତାକୁ କଟକରୁ ଯାଜପୁର ଛାଡ଼ିବାକୁ ଯିବୁ । ଏଭଳି କହି ନେଇଥିଲେ କାର ଭଡ଼ାରେ । ଆଉ ଏହାପରେ ଯାହା କିଛି ଘଟିଲା, ତାହା କୌଣସି ଫିଲ୍ମ କାହାଣୀଠୁ କମ୍ ନୁହେଁ । ୨୪ ତାରିଖରୁ ଯାଇଥିବା ଗାଡ଼ି ଆଉ ଫେରିଲା ନାହିଁ । ଯୋଗଯୋଗ କରାଗଲା ହେଲେ ଡ୍ରାଇଭରର ମୋବାଇଲ ସୁଇଚ ଅଫ୍ । ୨୫ ତାରିଖ ରାତି ଗୋଟିଏ ୨୫ରେ ମାଲିକଙ୍କ ମୋବାଇଲକୁ ମେସେଜ ଆସିଲା ଫାଷ୍ଟଟ୍ରାକରୁ । କାରଣ ସେତେବେଳେ କାର କ୍ରସ କରିଥିଲା ପାଣିକୋଇଲି ଟୋଲଗେଟ୍ । ବହୁ ଖୋଜାଖୋଜି କଲା ପରେ ଡ୍ରାଇଭରଙ୍କ ମୃତଦେହ ମିଳିଛି କେନ୍ଦୁଝର-ଘସିପୁରା ରୋଡସାଇଡରୁ । ଡ୍ରାଇଭରଙ୍କ ନାମ ଭଗବାନ ବଇରୀଗଞ୍ଜନ । କଣାସ ଥାନା ଛୋଟିଯୋଡ଼ି ଗାଁରେ ତାଙ୍କ ଘର । ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ କରିଛି । ଘଟଣାକୁ ଗୁରୁତର ସହ ନେଇ ଚଳାଇଛି ତଦନ୍ତ । ସେପଟେ ଗାଡିକୁ ଭଡ଼ାରେ ନେଇଥିବା ଦୁଇ ଯୁବକ ଓ ଯୁବତୀଙ୍କ ପତ୍ତା ମିଳୁନାହିଁ । ଏହି ଘଟଣା ପ୍ରଘଟ ହେବା ପରେ କଟକ ସହ କେନ୍ଦୁଝରରେ ଚାଂଚଲ୍ୟ ସୃଷ୍ଟି ହୋଇଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି