Masthead

ଓଏଏସ ଢାଞ୍ଚାରେ ନିଯୁକ୍ତି ହେବେ ଶିକ୍ଷକଶିକ୍ଷୟିତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏଣିକି ଓଏଏସ ଢାଞ୍ଚାରେ ନିଯୁକ୍ତି ହେବେ ଶିକ୍ଷକଶିକ୍ଷୟିତ୍ରୀ । ରାଜ୍ୟରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଭଳି ପ୍ରତିବର୍ଷ ଶିକ୍ଷକଶିକ୍ଷୟିତ୍ରୀ ନିଯୁକ୍ତି କରାଯିବ । ପ୍ରତିବର୍ଷ ଶିକ୍ଷକ ନିଯୁକ୍ତି କରାଯାଇ ହଜାରହଜାର ବିଦ୍ୟାଳୟରେ ନିଯୁକ୍ତି ଦିଆଯିବ । ଏହା ଦ୍ୱାରା ଖାଲି ହେଉଥିବା ପଦ ଶୀଘ୍ର ହେବା ସହ ଶିକ୍ଷକ ଅଭାବ ଦୂର ହେବ । ଏନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ଦିଗରେ ବରିଷ୍ଠ ପଦାଧିକାରୀଙ୍କ ମଧ୍ୟରେ ପ୍ରରମ୍ଭିକ ପର୍ଯ୍ୟାୟରେ ଆଲୋଚନା ହୋଇଥିବାବେଳେ ଏ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି ।

ମାନବ ସମ୍ବଳ ସୁଦୃଢ କରିବାକୁ ସରକାରୀ ସ୍ତରରେ ନକ୍ସା ପ୍ରସ୍ତୁତ କରାଯାଉଛି । ତେବେ ପ୍ରତିବର୍ଷ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହେଉ ନଥିବାବେଳେ ଶହଶହ ଶିକ୍ଷକ ଶିକ୍ଷ୍ୟୟିତ୍ରୀ ପ୍ରତିମାସ ଅବସର ନେଉଛନ୍ତି । ଅବସର ସଂଖ୍ୟା ବଢୁଥିବାରୁ ରାଜ୍ୟବ୍ୟାପୀ ଶିକ୍ଷକ ସଙ୍କଟ ଦେଖାଯାଉଛି । ଏହି ବିଷୟକୁ ନେଇ ସରକାରୀ ସ୍ତରରେ କାର୍ଯ୍ୟାରମ୍ଭ ହୋଇଛି ।

ଓଏଏସ ପରୀକ୍ଷା ଯେଉଁଭଳି ଭାବେ ନିୟମିତ ଭାବେ ପ୍ରତିବର୍ଷ କରାଯାଉଛି ସେହି ଢାଞ୍ଚାରେ ଏଣିକି ଶିକ୍ଷକଶିକ୍ଷୟିତ୍ରୀ ନିଯୁକ୍ତି କରିବାକୁ ରାଜ୍ୟସରକାର ପଦକ୍ଷେପ ନେଉଛନ୍ତି । କେଉଁ ବିଦ୍ୟାଳୟରେ କେତେ ଶକ୍ଷକଶିକ୍ଷୟିତ୍ରୀ ଅବସର ନେଉଛନ୍ତି ଓ କେତେ ପଦ ଖାଲି ରହୁଛି ତାର ତଥ୍ୟ ପ୍ରତିବର୍ଷ ଏକତ୍ର କରାଯିବ । ତଥ୍ୟ ଆଧାରରେ ଖାଲିଥିବା ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର