Masthead

ଜମି ଦୁର୍ନୀତି ମାମଲା, ସିବିଆଇରେ ହାଜର ହେବେ ତେଜସ୍ୱୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମାର୍ଚ୍ଚ ୨୫ରେ ସିବିଆଇରେ ହାଜର ହେବେ ତେଜସ୍ୱୀ ଯାଦବ । ଜମି ଦୁର୍ନୀତି ମାମଲାରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ନ ମିଳିବାରୁ ସିବିଆଇରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ସିବିଆଇ ତେଜସ୍ୱୀଙ୍କୁ ସମନ ଜାରି କରିଛନ୍ତି । ସିବିଆଇ ସମନ ଉପରେ ରୋକ ଲଗାଇବାକୁ ସେ ଦିଲ୍ଲୀ ହାଇକୋର୍ଟକୁ ଯାଇଥିଲେ । ଏହି ମାମଲାରେ ଚଳିତ ମାସରେ ତେଜସ୍ୱୀ ଯାଦବଙ୍କୁ ପଚରାଉଚରା ପାଇଁ ସିବିଆଇ ନୋଟିସ ଦେଇଥିଲା।

ମାର୍ଚ୍ଚ ୧୪ରେ ତୃତୀୟ ଥର ପାଇଁ ସିବିଆଇର ପଚରାଉଚରାକୁ ଆସିନାହାଁନ୍ତି । ଏହା ପୂର୍ବରୁ ମାର୍ଚ୍ଚ ୪ ଏବଂ ମାର୍ଚ୍ଚ ୧୧ରେ ପଚରାଉଚରା ପାଇଁ ଅଧିକାରୀଙ୍କ ନିକଟରେ ହାଜର ହୋଇ ନ ଥିଲେ ତେଜସ୍ୱୀ ଯାଦବ । ଯାହା ପରେ ମାର୍ଚ୍ଚ ୧୪ରେ ତାଙ୍କୁ ଡକାଯାଇଥିଲା। ସିବିଆଇର ସମନ ପାଇବା ପରେ ଦିଲ୍ଲୀ ସିବିଆଇ କାର୍ଯ୍ୟାଳୟରେ ପଚରାଉଚରା ନ କରିବାକୁ ଅନୁରୋଧ କରିଥିଲେ ତେଜସ୍ୱୀ ଯାଦବ । ବିଧାନସଭା ଅଧିବେଶନ ଚାଲିଥିବାରୁ ଏପ୍ରିଲ ୫ ପରେ ଡାକିବାକୁ କହିଥିଲେ । ପୂର୍ବରୁ ଦିଲ୍ଲୀ ସ୍ପେଶାଲ ରାଉସ ଆଭେନ୍ୟୁ କୋର୍ଟ ଆରଜେଡି ନେତା ତଥା ପୂର୍ବତନ ରେଳମନ୍ତ୍ରୀ, ଲାଲୁ ଯାଦବ, ରାବ୍ରୀ ଦେବୀ ଓ ଝିିଅ ମିସାଙ୍କୁ ଜାମିନ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ