Masthead

ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା । ରାଜଧାନୀ ଢାକାର ଏକ ସ୍କୁଲ ଉପରେ କ୍ରାସ୍ । ବାଂଲାଦେଶ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନିଂ ବେଳେ ବିମାନଟି ଖସିପଡ଼ିଛି F-7 ।   ଦୁର୍ଘଟଣା ପରେ ବିମାନଟି ହୁତୁହୁତୁ ହୋଇ ଜଳି ଯାଇଥିଲା। ଯାହା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଅନ୍ୟମାନେ ଆହତ ହୋଇଥିବା ସୈନ୍ୟ ଓ ଅଗ୍ନିଶମ ଅଧିକାରୀ କହିଛନ୍ତି।

କିନ୍ତୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ବିମାନଟି ଢାକାର ଉତ୍ତରା ଅଞ୍ଚଳରେ ଥିବା ମାଇଲଷ୍ଟୋନ ସ୍କୁଲ ଆଣ୍ଡ କଲେଜର କ୍ୟାମ୍ପସରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ବେଳେ ପିଲାମାନେ କ୍ୟାମ୍ପସରେ ଉପସ୍ଥିତ ଥିଲେ। ଟେଲିଭିଜନ ଫୁଟେଜରେ ଦୁର୍ଘଟଣା ସ୍ଥଳରୁ ନିଆଁ ଓ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏହି ବିମାନଟି ଢାକାରେ ଏକ ସ୍କୁଲ୍ ବିଲ୍ଡିଂ ଉପରେ ଖସି ପଡ଼ିଥିଲା । ଦୁର୍ଘଟଣାରେ ପାଇଲଟଙ୍କର ମୃତ୍ୟୁ ହେବା ସହିତ ଅନେକ ଛାତ୍ରଙ୍କର ମୃତ୍ୟୁ ହେବାର ଆଶଙ୍କା କରାଯାଉଛି । ଦୁର୍ଘଟଣା କିପରି ଘଟିଲା ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯେଉଁ ଫାଇଟର ଜେଟଟି ଦୁର୍ଘଟଣାଗ୍ରସ୍ତ ହୋଇଛି ତାହାକୁ ଚୀନ୍ ବାଂଲାଦେଶ ପାଇଁ ତିଆରି କରିଥିଲା । ତେବେ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।ବାଂଲାଦେଶୀ ଗଣମାଧ୍ୟମ ଅନୁସାରେ ଏହି FT-7BGI ଏକ ତାଲିମ ବିମାନ । ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ ଅନୁସାରେ ଫାଇଟର ଜେଟଟି ଦିନ ୧ଟା ୬ ମିନିଟରେ ଉଡ଼ାଣ ଭରିଥିଲା ଏବଂ ୧ଟା ୩୦ ମିନିଟ୍ ସୁଦ୍ଧା ଦୁର୍ଘଟଣାର ଶିକାର ହୋଇଥିଲା । ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀ ଏହି ଦୁର୍ଘଟଣାର ସୂଚନା ଦେଇଛନ୍ତି । ଦୁର୍ଘଟଣାରେ ପାଇଲଟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି କିନ୍ତୁ ଏପର୍ଯ୍ୟନ୍ତ ଅନ୍ୟ ମୃତାହତ ଏବଂ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ ।

ବାଂଲାଦେଶ ଏୟାରଫୋର୍ସର ଏହି ଫାଇଟର ଜେଟ୍ ଢାକାର ଉତ୍ତରରେ ଥିବା ମାଇଲଷ୍ଟୋନ୍ ସ୍କୁଲ୍ ପରିସରରେ ଖସିଥିବାର ସୂଚନା ମିଳୁଛି । କୁହାଯାଉଛି ଯେ ଦୁର୍ଘଟଣା ସମୟରେ ସ୍କୁଲରେ ଛାତ୍ରମାନେ ଉପସ୍ଥିତ ଥିଲେ ତେଣୁ ଅନେକ ଛାତ୍ର ଆହତ ହେବାର ସମ୍ଭାବନା ଅଛି । ଢାକା ଅଗ୍ନିଶମ ସେବା ଅନୁସାରେ ଘଟଣାସ୍ଥଳକୁ ଆଠଟି ଦମକଳ ଗାଡ଼ି ପଠାଯାଇଛି । ଦି ଡେଲି ଷ୍ଟାର୍ ପ୍ରତ୍ୟକ୍ଷଦର୍ଶୀ ସାଦମାନ ରୁହସିନଙ୍କ କହିବା ଅନୁସାରେ ବିମାନଟି ସିଧାସଳଖ ସ୍କୁଲ୍ ବିଲ୍ଡିଂ ସହିତ ଧକ୍କା ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ