Masthead

ଥମୁନି ଜନନୀ ଯନ୍ତ୍ରଣା, ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ରାଇଘର(ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ଦୀର୍ଘ ୩ କିଲୋମିଟର କିଟି କିଟି ଅନ୍ଧାର ରାତିରେ ଖଟିଆରେ ବୁହାହେଲେ ଗର୍ଭବତୀ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତ ର କୁନିନାଲ ଗାଁର ଲୁଲୁ ମୁଦୁଲିଙ୍କ ସ୍ତ୍ରୀ ଛବି ମୁଦୁଲି ୪ ମାସର ଗର୍ଭବତୀ ଥିବା ବେଳେ ହଠାତ ପେଟ ବ୍ୟଥା ହେବାରୁ ମେଡିକାଲକୁ ନେବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ।

କିନ୍ତୁ ଝରିଗାଁ ମେଡ଼ିକାଲରେ ଆମ୍ବୁଲାନ୍ସ ନଥିବାରୁ ଏମଏଚୟୁ ଗାଡ଼ିଟି ଗର୍ଭବତୀ ଙ୍କୁ ଆଣିବାକୁ ଯାଇ ଗାଁ ରେ ପହଞ୍ଚି ନପାରି ଦୀର୍ଘ ୩ କିଲୋମିଟର ଦୂର ଖଦ୍ରାପାଣି ଡାଲଖାଇ ଛକ ନିକଟରେ ଅଟକି ରହିଥିଲା । ପରେ ପରିବାର ଏବଂ ଗ୍ରାମବାସୀ ଛବିଙ୍କୁ କିଟି କିଟି ଅନ୍ଧାର ରାତିରେ ଏକ ଖଟିଆ ସାହାଯ୍ୟ ରେ ବହି ଆଣି ଏମଏଚୟୁ ଗାଡ଼ି ନିକଟରେ ପହଞ୍ଚାଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଗର୍ଭବତୀ ଛବିଙ୍କ ପ୍ରାଥମିକ ଚିକିତ୍ସା ପରେ ଏବେ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ