ମୋଷ୍ଟୱାଣ୍ଟେଡ୍‌ ଆତଙ୍କବାଦୀ ସାହିଦ ଲତିଫ୍‌କୁ ପାକିସ୍ତାନରେ ଗୁଳିକରି ହତ୍ୟା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ପଠାନକୋଟ୍‌ ମାଷ୍ଟରମାଇଣ୍ଡକୁ ହତ୍ୟା । ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ସାହିଦ ଲତିଫ୍‌କୁ ପାକିସ୍ତାନରେ ଗୁଳିକରି ହତ୍ୟା । ସିଆଲକୋଟ୍‌ରେ ଗୁଳିକରି ହତ୍ୟା କଲେ ଅଜଣା ଦୁର୍ବୃତ୍ତ । ଏନଆଇଏର ୱାଣ୍ଟେଡ୍‌ ତାଲିକାରେ ଥିଲା ସାହିଦ ଲତିଫ୍‌ । ପଠାନକୋଟ୍‌ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ସାହିଦ । ୨୦୧୬ ଜାନୁୟାରୀ ଦୁଇ ତାରିଖରେ ପଠାନକୋଟ ଏୟାରବେସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ସାହିଦ ଲତିଫ୍ ସାହିଦ । ଏହା ବ୍ୟତୀତ ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନ ଅପହରଣ ମାମଲାରେ ମଧ୍ୟ ଅଭିଯୁକ୍ତ ଥିଲା ସାହିଦ ।ଲତିଫ ପାକିସ୍ତାନର ପଞ୍ଜାବ ପ୍ରଦେଶର ଗୁଜରାନୱାଲାର ବାସିନ୍ଦା ଥିଲା ।

ଜୈଶ-ଏ-ମହମ୍ମଦଙ୍କ ସହ ଜଡିତ ଥିଲା ମୃତ ଅତଙ୍କୀ । ସିଆଲକୋଟ ସେକ୍ଟରର କମାଣ୍ଡର ଥିଲେ ସାହିଦ ଲତିଫ, ଯିଏ ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାର କାମ କରିବା ସହ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିଲା । ସାହିଦ ଲତିଫକୁ ନଭେମ୍ବର ୧୨, ୧୯୯୪ରେ ଗିରଫ କରାଯାଇଥିଲା ଏବଂ ଭାରତୀୟ କାରାଗାରରେ ୧୬ ବର୍ଷ ସଜା କାଟିବା ପରେ ୨୦୧୦ରେ ୱାଗା  ରାସ୍ତାରେ ପାକିସ୍ତାନକୁ ପ୍ରତ୍ୟର୍ପଣ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ