Masthead

ତାଲିବାନ ସହ ମିଶିଲେ ଆଫଗାନ ସେନା

(ବଡ଼ ଖବର ବ୍ୟୁରୋ): ତାଲିବାନ କବ୍ଜାରେ ଆଫଗାନ । ତାଲିବାନର ଅସଲ ଚେହେରା ସାରା ବିଶ୍ୱ ଦେଖିଆସୁଛି । ଆଫଗାନିସ୍ତାନକୁ ତାଲିବାନ କବ୍ଜା ପରେ ଆଫଗାନ ଜନସାଧାରଣ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ପ୍ରକାଶ ପାଇଛି । ଆଫଗାନିସ୍ତନର ସମସ୍ତ ପ୍ରଦେଶ ଦଖଲ କରିବା ପରେ ତାଲିବାନ ନୂଆ ସରକାର ଗଠନ କରିଛି । ପ୍ରଧାନମନ୍ତ୍ରୀ , ଉପ-ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀଙ୍କ ନାମ ଘୋଷଣା ହୋଇସାରିଛି । କିନ୍ତୁ ଏହାରି ଭିତରେ ଚକିତ କଲା ଭଳି କିଛି ଖବର ଆସିଛି ।

ଏବେ ଆଫଗାନୀ ସେନାଙ୍କୁ ନେଇ ଏକ ରିପୋର୍ଟ ଆସିଛି । ବହୁ ପରିମାଣର ସୈନିକ ଏବେ ତାଲିବାନ ସରକାରରେ ସାମିଲ ହୋଇଥିବା ଜଣାପଡ଼ିଛି ।  ମିଡିଆ ରିପୋର୍ଟ ଅନୁଯାୟୀ, ସୈନିକମାନେ ନିର୍ଯ୍ୟାତନା ଭୟରେ ଆଫଗାନିସ୍ତାନ ଛାଡିଦେଇଛନ୍ତି । କିଛି ସୈନ୍ୟ ପଞ୍ଜିଶୀରର ରେସିଟାନ୍ସ ଦଳ ସହିତ ମିଶିଛନ୍ତି । କିନ୍ତୁ ଆଫଗାନିସ୍ତାନ ଦଖଲ ପରେ ସମସ୍ତ ସୈନ୍ୟଙ୍କୁ କ୍ଷମା ଦିଆଯାଇଛି ବୋଲି ଘୋଷଣା କରିଥିଲେ ତାଲିବାନ ।

ଆମେରିକା ଓ ୟୁକେ ସେନା ଦ୍ୱାରା ଯେଉଁ ଆଫଗାନି ସେନାଙ୍କୁ ଟ୍ରେନିଂ ଦିଆଯାଉଥିଲା ସେମାନେ ଏବେ ତାଲିବାନ ସହିତ ମିଶିଛନ୍ତି ବୋଲି ଅନୁମାନ କରାଯାଉଛି । ବ୍ରିଟେନ୍‌ର ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ ମୁତାବିକ, ସେନା ବାହିନୀଙ୍କୁ ବନ୍ଧୁକ ଧରିବା ପାଇଁ ଟ୍ରେନିଂ ଦିଆଯାଇଥାଏ । ସେମାନେ ଟ୍ରେନିଂ ଅନୁସାରେ ବନ୍ଧୁକକୁ ହିଁ ଧରିଥାନ୍ତି । ଉପଯୁକ୍ତ ଟ୍ରେନିଂ ନପାଇଲେ ବନ୍ଧୁକଙ୍କୁ ଠିକ୍‌ ଭାବେ ଚାଳନା କରିପାରିବ ନାହିଁ ବୋଲି କହିଛନ୍ତି । ତେଣୁ ଆଫଗାନିସ୍ତାନରେ ଯେଉଁମାନେ ବନ୍ଧୁକ ଧରୁଛନ୍ତି ପ୍ରାୟତଃ ସେନାବାହିନୀ ଧରିବା ଭଳି ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ