Masthead

ମମିତା ମେହେରଙ୍କୁ ନ୍ୟାୟ ଦେବା ଦାବିରେ ବିଜେପି ପକ୍ଷରୁ ବଲାଙ୍ଗିର ବନ୍ଦ ଡ଼ାକରା

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ମହାଲିଙ୍ଗ ଶିକ୍ଷୟତ୍ରୀ ମମିତା ମେହେରଙ୍କ ମୃତ୍ୟୁର ରହସ୍ୟ ଦିନକୁ ଦିନ ଫିଟିବାରେ ଲାଗିଛି । ଏହା ମଧ୍ୟରେ ହତ୍ୟାକାଣ୍ଡର ପ୍ରତିବାଦରେ କଳାହାଣ୍ଡି ପରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଟାରୁ ସନ୍ଧ୍ୟା ୬ଟି ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ସହ ସିବିଆଇ ତଦନ୍ତ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ସେପେଟ ବିଜେପି ଜିଲ୍ଳା ସଭାପତି ସିବାଜୀ ମହାନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବରଖାସ୍ତ କରିବାକୁ ଦାବି କରିଛନ୍ତି ।

କାରଣ ମୁଖ୍ୟ ଅଭିଯୁକ୍ତ ତଥା ସନସାଇନ ସ୍କୁଲର ମାଲିକ ଗୋବିନ୍ଦ ସାହୁ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିବାରୁ ଏହି ଘଟଣାରେ ତାଙ୍କର ଭୂମିକା ସନ୍ଦେହ କରାଯାଉଛି । ଏହାପୂର୍ବରୁ ଗତକାଲି ବିଜେପି କାର୍ଯ୍ୟକର୍ତ୍ତା ତଥା ମହିଳା ମୋର୍ଚ୍ଚା ନେତାମାନେ ବଲାଙ୍ଗିର ଏସପି କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରଦର୍ଶନ କରିଥିଲେ । ଏହା ସହ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହ ଦେଓଙ୍କ ନେତୃତ୍ୱରେ ମନ୍ତ୍ରୀ ମିଶ୍ରଙ୍କ କୁଷପୁତଳିକା ଦାହ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ!