Masthead

ଚାଷୀ ଆନ୍ଦୋଳନ, ଆନ୍ଦୋଳନସ୍ଥଳରୁ ମିଳିଲା ଯୁବକଙ୍କ ମୃତଦେହ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସିଙ୍ଘୁ ସୀମାରେ ଗର୍ଜୁଛନ୍ତି ଆନ୍ଦୋଳନରତ ଚାଷୀ । ନୂଆ କୃଷି ନୀତିର ତିନୋଟି ନିୟମ ପ୍ରତ୍ୟାହାର ଦାବିରେ ଦୀର୍ଘ ଦିନରୁ ଚାଲିଥିବା ଚାଷୀ ଆନ୍ଦୋନଳ ଥମିବା ନା ନେଉନି । ଇତି ମଧ୍ୟରେ ଆନ୍ଦୋଳନ ସ୍ଥଳରେ ହିଂସାକାଣ୍ଡ ମଧ୍ୟ ହୋଇଯାଇଛି । ଦିନକୁ ଦନିକୁ ବଢୁଛି ହିଂସା । ଏହି ହିଂସା ଭିତରେ ସାମ୍ନାକୁ ଆସିଛି ଆଉ ଏକ ଅଭାବନୀୟ ଘଟଣା । କୃଷକମାନେ ଆନ୍ଦୋଳନ କରୁଥିବା ସ୍ଥାନରେ ଏକ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ମୃତ ଯୁବକଙ୍କ ହାତ କାଟି ବ୍ୟାରିକେଡରେ ଟାଙ୍ଗି ଦିଆଯାଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇ ଦେଇଛି । ଆଜି ସକାଳୁ ମୁଖ୍ୟ ମଞ୍ଚ ପାଖରେ ଯୁବକଙ୍କ ଶବ ଟଙ୍ଗା ଯାଇଥିବାର ଦେଖିବାକୁ ମିଳିଥିଲା । ମୃତ ଯୁବକଙ୍କ ଶରୀରରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ନେଇ ଚିହ୍ନ ରହିଛି । ଯୁବକଙ୍କ ହାତକୁ କାଟି ଦିଆଯାଇଛି । ପରେ ଯୁବକଙ୍କୁ ହତ୍ୟା କରି ବ୍ୟାରିକେଡରେ ଟାଙ୍ଗି ଦିଆଯାଇଛି ।

ନିହଙ୍ଗ ସଂପ୍ରଦାୟର ଲୋକଙ୍କ ଏହି ହତ୍ୟା ଅଭିଯୋଗ ଆଣିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ସେପଟେ ଏକ ଜରୁରୀକାଳୀନ ବୈଠକ ଡକାଯାଇଛି, ଯେଉଁଠି ଏହି ହତ୍ୟାକାଣ୍ଡ ବାବଦରେ ଆଲୋଚନା ହେବ । ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି । ଏହାଛଡା ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି, ଯାହାକୁ ଆଧାର କରି ତଦନ୍ତକୁ ଆଗକୁ ବଢାଇଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି