Masthead

ଆସିପାରିଲାନି ଆମ୍ବୁଲାନ୍ସ, ମୋଟରସାଇକେଲରେ ବୁହା ହେଲା ଶବ

 ଅନୁଗୁଳ(ବଡ଼ ଖବର ବ୍ୟୁରୋ): ଶିଳ୍ପ ବହୁଳ ଅନୁଗୁଳ ଜିଲ୍ଲା । ଶିଳ୍ପ ଓ ଖଣି ଯୋଗୁଁ ସରକାରଙ୍କୁ କୋଟି କୋଟି ଟଙ୍କା ରାଜସ୍ୱ ଏହି ଜିଲ୍ଲାରୁ ଯାଉଛି । ଯେଉଁଥିରେ ଅନେକ ସୌନ୍ଦର୍ଯ୍ୟକରଣ କାମ ସହ ଖେଳ ଓ ଅନ୍ୟାନ୍ୟ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଏଭଳି ଏକ ଜିଲ୍ଲାର ଲୋକ ଆମ୍ବୁଲାନ୍ସ କିମ୍ବା ସରକାରୀ ସୁବିଧାଟିଏ ନପାଇବାରୁ ମୃତଦେହକୁ ମୋଟରସାଇକେଲରେ ଆଣିବାକୁ ପଡିଛି । ତା ପୁଣି ୧୦ କିମି ଅତିକ୍ରମ କରି ମୋଟରସାଇକେଲ ମଝିରେ ବସାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବଲାସିଂହା ଗାଁରେ ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ହୋଇଛି ।

ବଜ୍ରପାତ ଯୋଗୁଁ ଅଚେତ ହୋଇ ପଡି ରହିଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଅପରାହ୍ନ ୩ ଟା ବେଳୁ ଯୋଗାଯୋଗ କରିଥିଲେ ମଧ୍ୟ ବର୍ତ୍ତମାନ ଗାଡି ନାହିଁ କହି କଲ ସେଣ୍ଟର ପକ୍ଷରୁ ଅପେକ୍ଷା କରିବାକୁ କୁହା ଯାଇଥିଲା । ତେବେ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଲୋକ ବାଧ୍ୟ ହୋଇ ମୋଟରସାଇକେଲରେ ଆଣିବାକୁ ଚିନ୍ତା କରିଥିଲେ । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ତେବେ ଅନୁଗୁଳ ଭଳି ଜିଲ୍ଲାରେ ଆମ୍ବୁଲାନ୍ସ ନ ମିଳିବା ଯୋଗୁଁ ମୃତଦେହ ୧୦ କିଲୋମିଟର ଧରି ମୋଟରସାଇକେଲରେ ଆଣିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ