Masthead

ସାସାରାମରେ ପୁଣି ବୋମା ବିସ୍ଫୋରଣ

ବିହାର  (ବଡ଼ ଖବର ବ୍ୟୁରୋ): ହିଂସାର ନିଆଁରେ ଜଳୁଛି ବିହାର । ରାମ ନବମୀ ଦିନରେ ହୋଇଥିବା ହିଂସା ପରେ ଅନେକ ଜିଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ହିଂସା ଘଟଣାରେ ସାସାରାମରେ ଏକ ବୋମା ବିସ୍ଫୋରଣ ଘଟଥିଲା, ଯେଉଁଥିରେ ୫ ଜଣ ଆହତ ହୋଇଥିଲେ । ଏବେ ସେଠାରେ ପୁଣିଥରେ ସୋମବାର ସକାଳ ପ୍ରାୟ ୪ଟାରେ ଏକ ଘରେ ଅଚାନକ ବିସ୍ଫୋରଣ ହୋଇଛି। ଫଳରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଏହି ଘଟଣା ପରେ ଡିଏମ ଓ ଏସପି ସେମାନଙ୍କ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ ଆରମ୍ଭ କରିଛନ୍ତି।

ଏହି ଘଟଣା ସାସାରାମ ନଗର ଥାନା ଅଞ୍ଚଳରେ ଥିବା ମୋଚି ଟୋଲାର ଏକ ଘରେ ହୋଇଛି। ଏଠାରେ ହଠାତ୍‌ ଏକ ଘରେ ବୋମା ବିସ୍ଫୋରଣ ହେବାରୁ ସମ୍ପୂର୍ଣ୍ଣ ଘରଟି ଦୋହଲି ଯାଇଥିଲା। ଖବର ପାଇ ତୁରନ୍ତ ଡିଏମ ଓ ଏସପି ଘଟଣା ସ୍ଥଳରେ ପହଞ୍ଚିବା ସହ ଦଙ୍ଗା ନିରୋଧ ଦଳ ଓ ଏସଏସବି ଦ୍ୱାରା ଫ୍ଲାଗ ମାର୍ଚ୍ଚ କରାଯାଉଛି। କୁହାଯାଉଛି କି କେତେଜଣ ଅସାମାଜିକ ବ୍ୟକ୍ତି ଘର ନିକଟରେ ଏହି ବିସ୍ଫୋରଣ କରିଛନ୍ତି। ତେବେ ଘରର ବାହାର କାନ୍ଥରେ ଏହି ବୋମାକୁ ପକାଯାଇଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ