Masthead

ମୃତ୍ୟୁ ପରେ ଶବକୁ ମିଳିଲାନି ସମ୍ମାନ

ରାଇଘର (ବଡ଼ ଖବର ବ୍ୟୁରୋ): ମୃତ୍ୟୁ ପରେ ଶବକୁ ସମ୍ମାନ ଦେବାକୁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବା ସହ ଏହାକୁ ଗୁରୁତ୍ୱ ଦେଇ ଆସୁଥିବା ବେଳେ ସୀମାନ୍ତ ଅଂଚଳରେ ଏହାର ପ୍ରକୃତ କାର୍ଯ୍ୟକାରୀ ହୋଇ ପାରୁନାହିଁ । ଶବ ବାହକ ଗାଡ଼ି ବଦଳରେ ଏକ ବାଇକ ଯୋଗେ ଶବ ବୋହି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଂଚଳରେ । ରାଇଘର ବ୍ଲକର କୁନ୍ଦେଇ ପଂଚାୟତ ଅନ୍ତର୍ଗତ ସମ୍ବଲପୁର ଗ୍ରାମର ଭାନୁବାଇ ରାଉତ ନିଜ ଝିଅ ଘର ତାରାଙ୍ଗପୁରୀ ଗ୍ରାମକୁ ବୁଲିବାକୁ ଯାଇଥିବା ବେଳେ ବୁଧୁବାର ଦିନ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହି ଖବର ପାଇବା ପରେ ତାଙ୍କ ପୁଅ ତରଙ୍ଗପୁରୀ ଗ୍ରାମକୁ ଯାଇ ଭାନୁବାଇଙ୍କ ମର ଶରୀରକୁ ଏକ ମଟରସାଇକେଲ ଯୋଗେ ବର୍ଷାରେ ଭିଜି ଭିଜି ଘରକୁ ନେଇ ଯାଇଥଲେ । ସଚେତନତା ଅଭାବ ଯୋଗୁଁ ନିକଟସ୍ଥ ସ୍ୱାସ୍ଥ୍ୟ ବିଭାଗକୁ ଯୋଗାଯୋଗ କରି ନଥିବା ପରିବାର ପକ୍ଷରୁ ପ୍ରକାଶ ପାଇଥିବା ବେଳେ ଶବ ବାହକ ଗାଡ଼ି ଥାଇ ସୁଦ୍ଧା ଶବକୁ ବାଇକରେ ବାନ୍ଧି ବର୍ଷାରେ ଭିଜି ଭିଜି ତାରଙ୍ଗପୁରୀ ଠାରୁ ପ୍ରାୟ ୧୨ କିଲୋମିଟର ନିଜ ଗ୍ରାମ ସମ୍ବଲପୁରକୁ ଅଣାଯିବା ଘଟଣା ସାମ୍ନାକୁ ଆସିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା