Masthead

ମୃତ୍ୟୁ ପରେ ଶବକୁ ମିଳିଲାନି ସମ୍ମାନ

ରାଇଘର (ବଡ଼ ଖବର ବ୍ୟୁରୋ): ମୃତ୍ୟୁ ପରେ ଶବକୁ ସମ୍ମାନ ଦେବାକୁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବା ସହ ଏହାକୁ ଗୁରୁତ୍ୱ ଦେଇ ଆସୁଥିବା ବେଳେ ସୀମାନ୍ତ ଅଂଚଳରେ ଏହାର ପ୍ରକୃତ କାର୍ଯ୍ୟକାରୀ ହୋଇ ପାରୁନାହିଁ । ଶବ ବାହକ ଗାଡ଼ି ବଦଳରେ ଏକ ବାଇକ ଯୋଗେ ଶବ ବୋହି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଂଚଳରେ । ରାଇଘର ବ୍ଲକର କୁନ୍ଦେଇ ପଂଚାୟତ ଅନ୍ତର୍ଗତ ସମ୍ବଲପୁର ଗ୍ରାମର ଭାନୁବାଇ ରାଉତ ନିଜ ଝିଅ ଘର ତାରାଙ୍ଗପୁରୀ ଗ୍ରାମକୁ ବୁଲିବାକୁ ଯାଇଥିବା ବେଳେ ବୁଧୁବାର ଦିନ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହି ଖବର ପାଇବା ପରେ ତାଙ୍କ ପୁଅ ତରଙ୍ଗପୁରୀ ଗ୍ରାମକୁ ଯାଇ ଭାନୁବାଇଙ୍କ ମର ଶରୀରକୁ ଏକ ମଟରସାଇକେଲ ଯୋଗେ ବର୍ଷାରେ ଭିଜି ଭିଜି ଘରକୁ ନେଇ ଯାଇଥଲେ । ସଚେତନତା ଅଭାବ ଯୋଗୁଁ ନିକଟସ୍ଥ ସ୍ୱାସ୍ଥ୍ୟ ବିଭାଗକୁ ଯୋଗାଯୋଗ କରି ନଥିବା ପରିବାର ପକ୍ଷରୁ ପ୍ରକାଶ ପାଇଥିବା ବେଳେ ଶବ ବାହକ ଗାଡ଼ି ଥାଇ ସୁଦ୍ଧା ଶବକୁ ବାଇକରେ ବାନ୍ଧି ବର୍ଷାରେ ଭିଜି ଭିଜି ତାରଙ୍ଗପୁରୀ ଠାରୁ ପ୍ରାୟ ୧୨ କିଲୋମିଟର ନିଜ ଗ୍ରାମ ସମ୍ବଲପୁରକୁ ଅଣାଯିବା ଘଟଣା ସାମ୍ନାକୁ ଆସିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ