Masthead

ଘରୋଇ କଳିରୁ ଭଉଣୀକୁ ଗୁଳି ମାରିଲା ଭାଇ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ନିଜକୁ ସୁରକ୍ଷା ଦେବା ପାଇଁ ଭଉଣୀ ଭାଇ ହାତରେ ପ୍ରତିବର୍ଷ ରାଖୀ ବାନ୍ଧିଥାଏ। ଭାଇ ମଧ୍ୟ ନିଜ ଭଉଣୀକୁ ସୁରକ୍ଷା ଦେବା ପାଇଁ କଥା ଦେଇଥାଏ। ପ୍ରତିବର୍ଷ ଯେଉଁ ହାତରେ ଭଉଣୀ ରାଖୀ ପିନ୍ଧାଉଥିଲା, ସାମାନ୍ୟ କେତେଟା ପଇସା ପାଇଁ ସେହି ଭଉଣୀକୁ ଗୁଳି ହତ୍ୟା କରିଛି ଭାଇ। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସମଗିରି ଗାଁରେ। ପରେ ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ ଥାନାରେ ଆତ୍ମସର୍ମପଣ କରିଛି।

ପ୍ରସନ୍ନ ଏକ ସିକ୍ୟୁରିଟି ସଂସ୍ଥାରେ ଗନ୍ ମ୍ୟାନ୍ ଭାବେ କାର୍ୟ୍ୟ କରୁଥିଲେ। ଯାହା ଦରମା ପାଆନ୍ତି ନିଜ ସ୍ତ୍ରୀ ଓ ନିଜର ବଡ଼ ଭଉଣୀକୁ ଦିଅନ୍ତି। ପ୍ରସନ୍ନଙ୍କ ବଡ଼ ଭଉଣୀଙ୍କର ବିବାହ ହୋଇନଥିଲା। ସେ ନିଜର ଭାଇ ଓ ଭାଉଜଙ୍କ ପାଖରେ ରହୁଥିଲେ। ଆଜି ସକାଳେ ପ୍ରସନ୍ନ ଅସୁସ୍ଥ ଅନୁଭବ କରିଥିଲେ। ମେଡିସିନ ଆଣିବାକୁ ଭଉଣୀକୁ ପଇସା ମାଗିଥିଲେ। ସେମାନେ ନଦେବାରୁ ଭାଇ ପ୍ରସନ୍ନ ରାଗିଯାଇ ଭଉଣୀକୁ ନିଜ ବନ୍ଧୁକରୁ ଗୁଳି କରିଥିଲା । ଗୁଳିଟି ତଙ୍କର କାନ୍ଧ ତଳେ ବାଜି ଥିବାରୁ ଭଉଣୀ ମାଳତୀ ମୃତ୍ୟୁବରଣ କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା