ଘରୋଇ କଳିରୁ ଭଉଣୀକୁ ଗୁଳି ମାରିଲା ଭାଇ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ନିଜକୁ ସୁରକ୍ଷା ଦେବା ପାଇଁ ଭଉଣୀ ଭାଇ ହାତରେ ପ୍ରତିବର୍ଷ ରାଖୀ ବାନ୍ଧିଥାଏ। ଭାଇ ମଧ୍ୟ ନିଜ ଭଉଣୀକୁ ସୁରକ୍ଷା ଦେବା ପାଇଁ କଥା ଦେଇଥାଏ। ପ୍ରତିବର୍ଷ ଯେଉଁ ହାତରେ ଭଉଣୀ ରାଖୀ ପିନ୍ଧାଉଥିଲା, ସାମାନ୍ୟ କେତେଟା ପଇସା ପାଇଁ ସେହି ଭଉଣୀକୁ ଗୁଳି ହତ୍ୟା କରିଛି ଭାଇ। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସମଗିରି ଗାଁରେ। ପରେ ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ ଥାନାରେ ଆତ୍ମସର୍ମପଣ କରିଛି।

ପ୍ରସନ୍ନ ଏକ ସିକ୍ୟୁରିଟି ସଂସ୍ଥାରେ ଗନ୍ ମ୍ୟାନ୍ ଭାବେ କାର୍ୟ୍ୟ କରୁଥିଲେ। ଯାହା ଦରମା ପାଆନ୍ତି ନିଜ ସ୍ତ୍ରୀ ଓ ନିଜର ବଡ଼ ଭଉଣୀକୁ ଦିଅନ୍ତି। ପ୍ରସନ୍ନଙ୍କ ବଡ଼ ଭଉଣୀଙ୍କର ବିବାହ ହୋଇନଥିଲା। ସେ ନିଜର ଭାଇ ଓ ଭାଉଜଙ୍କ ପାଖରେ ରହୁଥିଲେ। ଆଜି ସକାଳେ ପ୍ରସନ୍ନ ଅସୁସ୍ଥ ଅନୁଭବ କରିଥିଲେ। ମେଡିସିନ ଆଣିବାକୁ ଭଉଣୀକୁ ପଇସା ମାଗିଥିଲେ। ସେମାନେ ନଦେବାରୁ ଭାଇ ପ୍ରସନ୍ନ ରାଗିଯାଇ ଭଉଣୀକୁ ନିଜ ବନ୍ଧୁକରୁ ଗୁଳି କରିଥିଲା । ଗୁଳିଟି ତଙ୍କର କାନ୍ଧ ତଳେ ବାଜି ଥିବାରୁ ଭଉଣୀ ମାଳତୀ ମୃତ୍ୟୁବରଣ କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’