Masthead

ଅମଲାତାନ୍ତ୍ରିକ ବ୍ୟବସ୍ଥା ଗଣତନ୍ତ୍ର ପାଇଁ ବିପଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲୋକଙ୍କ ଚ୍ୟାନେଲ ‘ବଡ଼ ଖବର’କୁ ବର୍ଷେ ପୂରିଲା । ମିଡ଼ିଆ ଜଗତରେ ନୂଆ ଦିଶା ନେଇ ୨୦୨୦ ଅକ୍ଟୋବର ୨୫ରେ ଆବିର୍ଭାବ ହୋଇଥିବା ‘ବଡ଼ ଖବର’ ପାଳନ କରିଛି ପ୍ରଥମ ସ୍ୱନକ୍ଷତ୍ର । ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ଆଶୀର୍ବାଦ ଓ ସାଢେ ଚାରିକୋଟି ଓଡ଼ିଆଙ୍କ ଭଲ ପାଇବାକୁ ପାଥେୟ କରି ଟିକେ ଟିକେ ଠିଆ ହେଉଛି ବଡ଼ ଖବର । ହୋଟେଲ ସ୍ୱସ୍ତି ପ୍ରିମିୟମରେ ଆୟୋଜିତ ବର୍ଣ୍ଣାଢ ଉତ୍ସବର ଉଦଘାଟନ ସୋପାନ ବିଶ୍ୱନିୟନ୍ତା ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ଆରାଧନାରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ମୁଖ୍ୟ ସମ୍ପାଦକ ଅର୍ଦ୍ଦେନ୍ଦୁ ଦାସ ସ୍ୱାଗତ ଭାଷଣ ଦେବା ସହ ‘ବଡ଼ ଖବର’ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।

ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ପୂର୍ବତନମନ୍ତ୍ରୀ ବିଜୟ ମହାପାତ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ସାଧାରଣ ନାଗରିକ କାବୁ ଦାସ ଅତିଥିଭାବେ ଯୋଗ ଦେଇଥିଲେ ।ରାଜ୍ୟପାଳ ଗଣେଶୀ ଲାଲ ଉତ୍ସବରେ ଅତିଥି ଥିଲେ ମଧ୍ୟ କୌଣସି କାରଣରୁ ଆସିନଥିଲେ । ମାତ୍ର ପଠାଇଥିଲେ ତାଙ୍କ ଶୁଭେଚ୍ଛା । ଦ୍ୱିତୀୟ ସୋପାନର ବିଷୟ ଥିଲା ଇଣ୍ଡିଆନ ମିଡ଼ିଆ ସୋ ସରି । ବରିଷ୍ଠ ସ୍ତମ୍ଭକାର, ଲେଖକ ତଥା ରାଜନୀତି ସମୀକ୍ଷକ ରଶିଦ କିଦୱାଇ ଥିଲେ ମୁଖ୍ୟ ଅତିଥି । ଉପସ୍ଥିତ ଶ୍ରୋତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କାର୍ଯ୍ୟକ୍ରମର ଗୁରୁତ୍ୱକୁ ବଢାଇଦେଇଥିଲେ । ବିପଦରେ ଗଣତନ୍ତ୍ର! ତୃତୀୟ ସୋପାନର ଥିଲା ମୁଖ୍ୟ ଆଲୋଚ୍ୟ ବିଷୟ ।

ବରିଷ୍ଠ ସାମ୍ବାଦିକ ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ବରିଷ୍ଠ ପ୍ରଶାସକ ସହଦେବ ସାହୁ, ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା, ବରିଷ୍ଠ ଆଇନଜୀବୀ ଡ. ଜନ୍ମେଜୟ ରାୟ ଓ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ଯୋଗଦେଇ ସାରଗର୍ଭକ ଆଲୋଚନା କାରିଥିଲେ । କାର୍ଯ୍ୟକ୍ରମର ଶେଷ ଥିଲା ଅତି ଆକର୍ଷଣ । ଡେପୁଟି ଏଡିଟର କିଶାନ ବାରାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ମଧ୍ୟରେ ଓଡ଼ିଶା ରାଜନୀତିର ଗହନ କଥା ସମ୍ପର୍କରେ ହୋଇଥିଲା ଆଲୋଚନା । ଅତିଥିମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା । ‘ବଡ଼ ଖବର’କୁ ଆଗେଇ ନେବାରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିବା କିଛି ପ୍ରତିନିଧି ଓ କର୍ମଚାରୀଙ୍କୁ ସମ୍ମାନୀତ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ