Masthead

ମିଳୁନି ସରକାରୀ ସହାୟତା, ଅସହାୟ ଘେରରେ ବୃଦ୍ଧ ଦମ୍ପତ୍ତି

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ନିଜକୁ ବିକାଶର ବିନ୍ଧାଣି କହୁଥିବା ବିଧାୟକ ଡା ବ୍ୟମୋକେଶ ରାଏ ନିର୍ବାଚନ ମଣ୍ଡଳିରେ ନଗଡା ପରି ବିକଳ ଚିତ୍ର ଦେଖିବାକୁ ମିଳିଛି । ଏମିତି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ଭାଟପଡା ପଞ୍ଚାୟତ ସେରପୁର ଗାଁରେ । ସୁମିତ୍ରା ମହାଳିକ ବୟସ-୮୦ପାର ହେଲାଣି । ଚର୍ମ ସବୁକୁଞ୍ଚା ହେବାକୁ ବସିଲାଣି ।

ଖାଦ୍ୟ ଅଭାବରୁ ଦେହର ଶକ୍ତି ଦୁର୍ବଳ ହେବାକୁ ବସିଲାଣି। ଓଳିଏ ଖାଇଲେ ଆର ଓଳି ଉପବାସ ଠିକ ସେ କଥାହେବା ତାଙ୍କ ପାଇଁ ଅସମ୍ବବ । ସେହିପରି ସ୍ୱାମୀ-ନରହରି ବୟସ-୮୩ପାର ହେବାକୁ ବସିଲାଣି । ସେ ମଧ୍ୟ ବିଛଣାରେ ଶୋଇ ଖାଦ୍ୟ ଏବଂ ଚିକିତ୍ସା ନପାଇ ମରଣକୁ ଅପେକ୍ଷା କରିଛନ୍ତି । ଘରେ ରୋଜଗାର କ୍ଷମ କହିଲେ ଏକମାତ୍ର ପୁଅ ଶ୍ରୀନାଥ ସେ ଜଣେ ଦିନ ମଜୁରିଆ । ପ୍ରତ୍ୟେକ ଦିନ ପରର ମୁଲଲାଗି ଯାହା କିଛି ଆଣେ ସେଥିରେ ଘରେଥିବା ସ୍ତ୍ରୀ ଏବଂ ଭଉଣୀ ମୁଁହରେ ଆହାର ଦେବା ସହିତ ବାପା ମାକୁ ଆହାର ଯୋଗାଇ ଥାଏ ।

ବିଛଣାରେ ପଡିଥିବା ମା ଏବଂ ବାପାଙ୍କ ପାଇଁ ଔଷଧ କିଣିବା ପାଇଁ ସେ ଅସମର୍ଥ । ଏହି ପରିବାରକୁ ସରକାରୀ ସୁବିଧା କହିଲେ କେବଳ ଚାଉଳ ୫କେଜିରେ ସିମୀତ । ଘରର ଅବସ୍ଥା ନକହିବା ଭଲ । ଦିନରେ ଖରା ରାତିରେ ତାରା ଘରେ ଲୁଚକାଳି ଖେଳନ୍ତି । ଘର ଖଣ୍ଡିଏ ପାଇଁ ଅନେକ ନେତା ଅଫିସର ମାନଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ତାଙ୍କ କଥାକୁ କର୍ଣ୍ଣପାତ କରି ନାହାନ୍ତି। ସରକାର ବାର୍ଦ୍ଧକ୍ୟ ଭତ୍ତାରୁ ଏମାନଙ୍କୁ ମଧ୍ୟ ବଞ୍ଚିତ କରାଯାଇଛି ।

ନେତାମାନେ ଭୋଟ ସମୟ ଆସିଲେ ଏହି ପରିବାର ଉପରେ ପ୍ରତିଶୃତିର ପାହାଡ ଲଦି ନିର୍ବାଚନ ବୈତରାଣୀ ପାର ହେବାପରେ ଏମାନଙ୍କ କଥା ମନରୁ ଭୂଲି ଯାଆନ୍ତି । ତୁରନ୍ତ ବ୍ଲକ ପ୍ରଶାସନ ଏହି ପରିବାରକୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେଵାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ବିଷୟରେ ଆମେ ଚାନ୍ଦବାଲି ବିଡିଓଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ବବ ହୋଇ ପାରିନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା