Masthead

ରାଜଧାନୀ ଭୁବନେଶ୍ୱରକୁ ପୂରିଲା ୭୩ ବର୍ଷ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର, ମନ୍ଦିର ମାଳିନୀ ମଧ୍ୟ, ଐତିହ୍ୟ ଓ କୀର୍ତ୍ତିରାଜିର ଗନ୍ତାଘର ଭୁବନେଶ୍ୱର । ସେଦିନର କୁନି ଭୁବନେଶ୍ୱର ଆଜି କାୟା ବିସ୍ତାର କରିଛି । ୧୫ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ନିଜ ବକ୍ଷରେ ସ୍ଥାନ ଦେଇଛି ରାଜଧାନୀ ଭୁବନେଶ୍ୱର । ମଙ୍ଗଳବାର ରାଜଧାନୀ ଭୁବନେଶ୍ୱର ପାଳୁଛି ୭୩ ତମ ପ୍ରତିଷ୍ଠା ଦିବସ । ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ଦେଶର ଏକ ନମ୍ବର ସ୍ମାର୍ଟସିଟି ମାନ୍ୟତା ପାଇବାସହ ଦ୍ୱିତୀୟ ବାସୋପୋଯୋଗୀ ସହର ଭାବେ ବେଶ ଜଣାଶୁଣା ଭୁବନେଶ୍ୱର । ପରିମଳ ପରିଚାଳନା , ଭିତ୍ତିଭୂମି ପ୍ରଭୃତ କ୍ଷେତ୍ରରେ ମଧ୍ୟ ରାଜଧାନୀ ସମ୍ମାନିତ ହୋଇସାରିଛି ।

କେବଳ ସେତିକି ନୁହେଁ ଏଠାକାର ଲୋକଙ୍କ ଚାଳିଚଳନ, ଭାବସଂପର୍କ ଆଉ ରଙ୍ଗଶୈଳୀରେ ମହକି ଉଠେ ଭୁବନେଶ୍ୱର ବାସ୍ନା । ରାସ୍ତାଘାଟର ସେ ଛୋଟ ଛୋଟ ଉଠା ଦୋକାନୀଠୁ ଆରମ୍ଭ କରି ତାରକା ହୋଟେଲରେ ଝୁଲିଲାଣି ସ୍ମାର୍ଟ ଠିକଣା । ଗୁଗୁଲ ମ୍ୟାପରେ ଅତି ସହଜରେ ମିଳୁଛି ବଡ଼ବଡ଼ ସ୍ଥାନ , ଉପାସନାପୀଠ, ଐତିହ୍ୟସ୍ଥାନ , ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପ୍ରଭୃତି ଠିକଣା । ୧୯୪୮ ଏପ୍ରିଲ ୧୩ ହିନ୍ଦୁ ନବବର୍ଷରେ ହୋଇଥିଲା ରାଜଧାନୀ ଭୁବନେଶ୍ୱରର ଶିଳାନ୍ୟାସ । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁ ଶିଳାନ୍ୟାସ କରିଥିଲେ । । ପରେ ଆରମ୍ଭ ହୋଇଥିଲା ନିର୍ମାଣ କାର୍ଯ୍ୟ ।

ଓଡ଼ିଶାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ଉଦ୍ୟମରେ ଏହା ଆରମ୍ଭ ହୋଇଥିଲା । ୨୦ ହଜାର ଜନସଂଖ୍ୟାକୁ ନେଇ ଯୋଜନାବଦ୍ଧ ଭାବେ ଜର୍ମାନ ସ୍ଥପତି ଓଟୋ କୋନିଗସବର୍ଜର ଏହାର ରୂପରେଖ ପ୍ରସ୍ତୁତ କରିଥିଲେ । ତେବେ ଏହା ଭିତରେ ୭୩ ଟି ବସନ୍ତ ଡେଇଁସାରିଛି ରାଜଧାନୀ । ସେତେବେଳେ ଓ ଏବେକାର ଭିତରେ ରହିଛି ଅନେକ ଫରକ । ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇଛି ରାଜଧାନୀ ଭୁବନେଶ୍ୱର । ରାଜନୈତିକ ଇଚ୍ଛାଶକ୍ତି ଓ ଦୂରଦୃଷ୍ଟି ଅଭାବରୁ ରାଜଧାନୀବାସୀ ଏବେ ଅଣନିଶ୍ୱାଶୀ ହୋଇ ପଡୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି