Masthead

ଆସାମ ମୁଖ୍ୟମନ୍ତ୍ରୀଙ୍କ ରିମୋଟ ଅମିତ ଶାହାଙ୍କ ହାତରେ: ରାହୁଲ ଗାନ୍ଧୀ

ଆସାମ (ବଡ଼ ଖବର ବ୍ୟୁରୋ): ଭାରତ ଯୋଡୋ ନ୍ୟାୟ ଯାତ୍ରାର ଏକାଦଶ ଦିନରେ ରାହୁଲ ଗାନ୍ଧୀ ଆସାମର ବାରପେଟାରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ହିମନ୍ତ ବିଶ୍ୱଶର୍ମା ଦେଶର ସବୁଠାରୁ ଭ୍ରଷ୍ଟ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କୁ ନିୟନ୍ତ୍ରଣ କରୁଛନ୍ତି। ଯଦି ଆସାମ ମୁଖ୍ୟମନ୍ତ୍ରୀ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ବିରୋଧରେ କିଛି କୁହନ୍ତି ତେବେ ତାଙ୍କୁ ଦଳରୁ ବାହାର କରି ଦିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି ବିଜେପି ଲୋକମାନେ ଯେତେ ମାମଲା ଦାୟର କରିବାକୁ ଚାହୁଁଛନ୍ତି, କରିଦିଅନ୍ତୁ। ଏହା ତାଙ୍କ ଉପରେ କୌଣସି ଫରକ ପଡୁନାହିଁ।

ସେ ଏହି ମାମଲାକୁ ଭୟ କରନ୍ତି ନାହିଁ। ସେ ନା ଭାରତୀୟ ଜନତା ପାର୍ଟିକୁ କିମ୍ବା ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ (ଆରଏସଏସ)କୁ ଭୟ କରନ୍ତି ନାହିଁ। ଖାଲି ସେତିକି ନୁହେଁ ବୁଧବାର ଦିନ ଯାତ୍ରା ଆରମ୍ଭରେ ରାହୁଲ କହିଛନ୍ତି ଆସାମ ସିଏମ ହିମନ୍ତ ବିଶ୍ୱଶର୍ମା ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଗଣମାଧ୍ୟମ ଖବର ଦେଖାଉଛି। ସେ କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ହାତରେ ସିଏମ ଏକ କାଠକଣ୍ଢେଇ ପାଲଟିଛନ୍ତି । ଗଣମାଧ୍ୟମ ଆପଣଙ୍କୁ ଯାହା କହୁଛି, ତାହା ହିଁ ଆସାମର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶ ଦିଆଯାଇଛି। ଆସାମ ମୁଖ୍ୟମନ୍ତ୍ରୀଙ୍କ ରିମୋଟ ଅମିତ ଶାହାଙ୍କ ହାତରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ