Masthead

କଂଗ୍ରେସ ଛାଡିବେ କ୍ୟାପଟେନ

ଚଣ୍ଡିଗଡ (ବଡ଼ ଖବର ବ୍ୟୁରୋ): ପଞ୍ଜାବ ରାଜନୀତିରେ ହାଇଡ୍ରାମା । କଂଗ୍ରେସ ଛାଡିବେ କ୍ୟାପଟେନ୍‌ ଅମରିନ୍ଦର ସିଂହ । ଯାହାକୁ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ୟାରି ଭିତରେ ଆସିଛି ଅମରିନ୍ଦର ସିଂହଙ୍କ ବଡ଼ ବୟାନ । ସେ କଂଗ୍ରେସରେ ରହିବେ ନାହିଁ ବୋଲି କହିଛନ୍ତି। ଯାହା କଂଗ୍ରେସ କନ୍ଦଳ ଭିତରେ ଏକ ନୂଆ ମୋଡ଼ ଆଣିଛି। ଅମରିନ୍ଦର କହିଛନ୍ତି, ‘ଏଭଳି ବ୍ୟବହାର ଆଉ ବରଦାସ୍ତ କରିହେବ ନାହିଁ। ଅପମାନ ସହି ହେବ ନାହିଁ। ଯେଉଁ ଭଳି ମୋ ସହ ବ୍ୟବହାର କରାଯାଇଛି ତାହା ଠିକ୍‌ ନୁହେଁ।

ସେ ବିଜେପିରେ ମିଶିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ମୁଁ କଂଗ୍ରେସ ଛାଡୁଛି, କିନ୍ତୁ ବିଜେପିରେ ମିଶିବି ନାହିଁ। ଯେଉଁ ପ୍ରକାରେ ବିଧାୟକ ଦଳଙ୍କ ବୈଠକ ଡାକି ଶେଷ ମୁହୂର୍ତ୍ତରେ ମୋତେ ସୂଚନା ଦିଆଗଲା, ସେତେବେଳେ ହିଁ ମୁଁ ପଦ ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲି। ଯଦି ମୋ ଉପରେ କାହାର ବିଶ୍ୱାସ ନାହିଁ ତେବେ ମୁଁ ଦଳରେ ରହିବା କ’ଣ ଫାଇଦା ବୋଲି ଅମରିନ୍ଦର କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା