Masthead

ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ, ରୁଜୁ କଲା ମାମଲା

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ): ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ । ଉତ୍ତରପ୍ରଦେଶ ସରକାର ଗତ କାଲି ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ସୁପାରିସ କରିଥିଲେ । ଏହାପରେ ଆଜି ଏନେଇ ସିବିଆଇ ଏକ ଟିମ ଗଠନ କରିଛି । ଏକ ଏଫଆଇଆର ରୁଜୁ କରି ଦିଲ୍ଲୀର ପ୍ରୟାଗରାଜକୁ ଯାତ୍ରା ଆରମ୍ଭ କରିଛି ସିବିଆଇ । ରେନ୍ଦ୍ର ଗିରିଙ୍କ ମୃତ୍ୟୁ ସହ ଜଡ଼ିତ ସମସ୍ତ ଦସ୍ତାବିଜ ପୋଲିସ ଠାରୁ ହାସଲ କରିବେ । ଏହାର ତଦନ୍ତ ପାଇଁ ଏକ ୬ଜଣିଆ ଟିମ ମଧ୍ୟ ଗଠନ କରିଛି ସିବିଆଇ ।

ଏହାଛଡ଼ା ଘଟଣାରେ ଗିରଫ ହୋଇଥିବା ଆନନ୍ଦ ଗିରି ଓ ଆଦିତ୍ୟଙ୍କୁ ରିମାଣ୍ଡରେ ନେଇ ଜେରା ମଧ୍ୟ କରିବ ପୋଲିସ । ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ମିଳିଥିବା ସୁଇସାଇଡ୍ ନୋଟରେ ଆନନ୍ଦଙ୍କ ସହିତ ଆଉ କିଛି ଲୋକଙ୍କ ନାଁ ମଧ୍ୟ ଉଲ୍ଲେଖ କରିଥିଲେ । ସେମାନେ ତାଙ୍କୁ ହଇରାଣ କରୁଥିବାରୁ ସେ ଜୀବନ ହାରିଥିବା ଚିଠିରେ ଲେଖିଥିଲେ । ବର୍ତ୍ତମାନ ସିବିଆଇକୁ ଏ ସମସ୍ତ ତଥ୍ୟ ପୋଲିସ ଦେବା ପରେ ସିବିଆଇ ଏହାର ତଦନ୍ତ କାର୍ଯ୍ୟ ଆଗକୁ ବଢ଼ାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ସିସିଟିଭି ଫୁଟେଜକୁ ଖଣ୍ଡନ କଲା ପୋଲିସ 🔴 ଜାପାନର ହୋଂସୁ ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ସିସିଟିଭି ଫୁଟେଜକୁ ଖଣ୍ଡନ କଲା ପୋଲିସ 🔴 ଜାପାନର ହୋଂସୁ ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା