Masthead

ଏବେ ଯାଏଁ ଜାରି ରହିଛି ଗଜରାଜଙ୍କ ଉଦ୍ଧାର କାର୍ଯ୍ୟ

କଟକ(ବଡ଼ ଖବର ବ୍ୟୁରୋ): ହାତୀ ପାଇଁ ନାକେଦମ୍‍ । କଟକ ମୁଣ୍ଡୁଳି ବ୍ୟାରେଜ ନିକଟରେ ଫସିଥିବା ଏକ ଦନ୍ତାକୁ ଉଦ୍ଧାର କରିବା କୁ ଯାଇ ବନବିଭାଗ, ଓଡ୍ରାଫ୍‍ ଓ ଦମକଳ ବିଭାଗ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡିଛି । ହଠାତ୍‍ ବନ୍ଦ ରହିଥିଲା ଅପରେସନ୍‍ ଗକ୍ସରାଜ । ଦୁର୍ଘଟଣା ଯୋଗୁଁ ବନ୍ଦ ରହିଥିଲା ଅପରେସନ୍‍ । ପରେ ଆରମ୍ଭ ହୋଇଛି । ବାଙ୍କୀ-ଡମପଡ଼ା ଜଙ୍ଗଲରୁ ୧୭ଟିକିଆ ହାତୀପଲ ମହାନଦୀରେ ପଶି ଯାଉଥିଲେ ଆଠଗଡ଼ । ରାତି ପାହିବା ପୂର୍ବରୁ ମହାନଦୀ ପାର ହେବାକୁ ହାତୀପଲ ଯୋଜନା କରିଥିଲେ । ୧୪ହାତୀ ନଦୀ ପାର ହୋଇ ଗନ୍ତବ୍ୟପଥକୁ ପଳାଇଥିଲେ ।

ମାତ୍ର ପଛରେ ଥିବା ୩ ହାତୀ ମହାନଦୀର ପ୍ରଖର ସ୍ରୋତରେ ଫସି ଯାଇଥିଲେ । ପରେ ଦୁଇ ହାତୀ ନଦୀ ପାର ହୋଇଥିଲେ ମଧ୍ୟ ସବା ପଛରେ ଥିବା ଦନ୍ତା ମହାନଦୀର ପ୍ରଖର ସ୍ରୋତରୁ ମୁକୁଳି ପାରି ନଥିଲା । ଏହି ଦନ୍ତାକୁ ଉଦ୍ଧାର କରିବା ପାଇଁ ବନବିଭାଗ, ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍‍ ଟିମ୍‍ ଲାଗିପଡିଥିଲେ । ୨୫ଜଣିଆ ଟିମକୁ ନେଇ ଆରମ୍ଭ ହୋଇଥିଲା ଅପରେସନ୍‍ ଗଜରାଜ । ବନବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅପରେସନ୍‍ ତଦାରଖ କରିଥିଲେ । ଓଡରାଫ୍‍ ଟିମ୍‍ରେ ସାମିଲ ହୋଇଥିଲେ ଓଟିଭିର ଚିଫ୍‍ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ୍‍ ପ୍ରଭାତ ସିହ୍ନା ।

ହଠାତ୍‍ ନଦୀର ପ୍ରଖର ସ୍ରୋତରେ ଭାରସାମ୍ୟ ହରାଇ ବୁଡିଯାଇଥିଲା ବୋଟ୍‍ । ଦୁଇ ସାମ୍ବାଦିକଙ୍କ ସହ ୫ ଓଡ୍ରାଫ୍‍ ଯବାନ ଭାସିଯାଇଥିଲେ । ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ କଟକ ଏସିସିବିରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସାମ୍ବାଦିକ ଅରିନ୍ଦମଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ସାମ୍ବାଦିକ ପ୍ରଭାତ ଓ ଓଡ୍ରାଫ୍‍ ଯବାନମାନେ ଗୁରୁତର ଅଛନ୍ତି । ଏହି ଦୁଃଖଦ ଘଟଣା ପରେ ଅପରେସନ୍‍ ଗଜରାଜ କିଛି ସମୟ ପ୍ରଭାବିତ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା