Before Header

ଜୀବନ ରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

0 26

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):   ମାଡି ଆସୁଛି ବାତ୍ୟା ‘ଗୁଲାବ’ । ବାତ୍ୟା ଗୁଲାବର ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ସମୀକ୍ଷାରେ ଜିଲ୍ଲାପାଳ ଓ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିଥିଲେ । ଜୀବନ ରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ କୋଭିଡ ନିୟମ ପାଳନରେ ପ୍ରଶାସନକୁ ସହଯୋଗ କରିବାକୁ ସର୍ବସାଧାରଣଙ୍କୁ ନିବେଦନ କରିଛନ୍ତି ।

ତେବେ ଆଜି ଅପରାହ୍ନ ସୁଦ୍ଧା ଗୁଲାବ ପ୍ରଭାବିତ ଜିଲ୍ଲାମାନଙ୍କରୁ ଲୋକମାନେ ଓ ଗୃହପାଳିତ ପଶୁମାନଙ୍କୁ ସ୍ଥାନାନ୍ତର କରାଯିବା ସହିତ ଭୂସ୍ଖଳନ ସମ୍ଭାବନା ଥିବା ଅଞ୍ଚଳମାନଙ୍କରେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନୁର୍ଦ୍ଦେଶ ଦେଇଛନ୍ତି । ଏପଟେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ବାତ୍ୟା ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ସହ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ୪୨ ଓଡ୍ରାଫ ଟିମ,୨୪ NDRF , ୧୦୩ ଅଗ୍ନିଶମ ଦଳ ମୁତୟନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି । ସମସ୍ତ ତଳିଆ ଅଞ୍ଚଳର ଲୋକମାନଙ୍କୁ ଅଧିକରୁ ଅଧିକ ସଜାଗ ରହିବା ପାଇଁ ସର୍ତକ କରାଯାଇଛି ।

ଆଜି ଅପରାହ୍ନ ୪ଟା ସୁଦ୍ଧା ସ୍ଥାନାନ୍ତର କାର୍ଯ୍ୟ ଶେଷ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଏସଆରସି ଅବଗତ କରାଇଥିଲେ । ଅପରପକ୍ଷେ ବାତ୍ୟା ଗୁଲାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଛନ୍ତି । କାଲି ଯାଏଁ ବାତ୍ୟା ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ସ୍କୁଲ ଛୁଟି ପାଇଁ ଘୋଷଣା କରାଯାଇଛି । ପରେ ସ୍ଥିତି ଦେଖି ମଙ୍ଗଳବାର ସ୍କୁଲ ଛୁଟି ରଖାଯିବ ନା ଖୋଲାଯିବ ସେ ନେଇ ଜିଲ୍ଲାପାଳ ସୂଚନା ଦେବେ । ବର୍ଷା ହେଉଥିଲେ ପିଲାମାନେ ଘରୁ ବାହାରିବା ଉଚିତ ନୁହେଁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଆଜି ୧୧.୩୦ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ବାତ୍ୟା ମୁକାବିଲାର ସମୀକ୍ଷା କରିଛନ୍ତି ।

Leave A Reply

Your email address will not be published.