Masthead

ଜୀବିତ ଲୋକକୁ କାଗଜପତ୍ରରେ ମାରିଦେଲେ

ପିପିଲି (ବଡ଼ ଖବର ବ୍ୟୁରୋ): ମଲା ଜଣେ । କାଗଜପତ୍ରରେ ଆଉ ଜଣକୁ ମରିଦେଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ଜୀବିତକୁ ମୃତ ଘୋଷଣା କରିଦେଲେ । ପରିଣାମ ଭୋଗିଲେ ପରିବାର ଲୋକେ । ପୁରୀ ସ୍ୱର୍ଗଦ୍ୱାରରେ ଘଣ୍ଟା ଘଣ୍ଟା ପଡି ରହିଲା ଶବ । ପଦାରେ ପଡିଲା କ୍ୟାପିଟାଲ ହସ୍ପିଟାଲ କର୍ମଚାରୀଙ୍କ ଖାମଖିଆଲି କାମ । ବଞ୍ଚିଥିବା ଲୋକଙ୍କ ନାଁ ଇସ୍ୟୁ କରାଗଲା ଡେଥ୍ ସାର୍ଟିଫିକେଟ । ଶବ ଦାହ କରିବାକୁ ଯାଇ ଘଣ୍ଟା ଘଣ୍ଟା ଅଟକି ରହିଲେ ସମ୍ପର୍କିୟ । ଏଭଳି ଘଟଣା ଘଟିଛି ପିପିଲି କୁଳଶେଖର ପାଟଣା ଅଞ୍ଚଳରେ । ଶେଷରେ ସ୍ଥାନୀୟ ସରପଞ୍ଚଙ୍କ ହସ୍ତକ୍ଷେପ ପରେ ସ୍ୱର୍ଗଦ୍ୱାରରେ ହେଲା ଶେଷକୃତ୍ୟ । ନଜରକୁ ଆସିଛି କ୍ୟାପିଟାଲ ହସ୍ପିଟାଲର ସାଘାତିକ ତ୍ରୁଟି । ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ପରିବର୍ତ୍ତେ ତାଙ୍କ ଭାଇ ନାମରେ ଇସ୍ୟୁ କରାଯାଇଥିଲା ଡେଥ ସାର୍ଟିଫିର୍କେଟ । ଫଳରେ ପୁରୀ ସ୍ୱର୍ଗଦ୍ୱାରରେ ଘଣ୍ଟାଘଣ୍ଟା ପଡି ରହିଥିଲା ଶବ । ପିପିଲି କୁଳଶେଖର ପାଟଣା ପଞ୍ଚାୟତ ଅବଲପୁର ଗ୍ରାମ ହର ପ୍ରସାଦ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ଅବସ୍ଥାରେ ଗତ ୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଶେଷକୃତ୍ୟ ପାଇଁ ହସ୍ପିଟାଲ ପକ୍ଷରୁ ପରିବାର ଲୋକଙ୍କୁ ପ୍ରଦାନ କରାଯାଇଥିଲା ମୃତ୍ୟୁ ସମ୍ପର୍କିତ କାଗଜ । ମାତ୍ର କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ହରପ୍ରସାଦଙ୍କ ସ୍ଥାନରେ ତାଙ୍କ ବଡଭାଇ ନେତ୍ରାନନ୍ଦଙ୍କ ନାଁରେ କାଗଜପତ୍ର ଇସ୍ୟୁ କରିଥିଲେ । ଅନ୍ତିମ ସଂସ୍କାର ପାଇଁ ସ୍ୱର୍ଗଦ୍ୱାର କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରିନଥିଲେ । ବହୁ ବିଳମ୍ବ ହୋଇଥିଲା ଶେଷକୃତ୍ୟ କାର୍ଯ୍ୟରେ ।

ସେପଟେ ଡାକ୍ତରଖାନା ଦ୍ୱାରା ହୋଇଥିବା ତ୍ରୁଟି ସଂଶୋଧନ କରାଯାଇ ବଡଭାଇ ନାମ ପରିବର୍ତ୍ତେ ମୃତ୍ୟୁବରଣ କରିଥିବା ସାନ ଭାଇର ନାମ ଉଲ୍ଲେଖ କରାଯାଉ ବୋଲି ପରିବାର ପକ୍ଷରୁ ଦାବି କରାଯାଇଛି । ପରିବାର ଲୋକେ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସରପଞ୍ଚଙ୍କ ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହୋଇଥିଲା । ସେପଟେ ଏଭଳି କାର୍ଯ୍ୟର ତଦନ୍ତ କରାଯିବାର ଆବଶ୍ୟକତା ରହିଛି । ଡାକ୍ତରଖାନା ଦ୍ୱାରା ଏଭଳି କାର୍ଯ୍ୟ ଗରିବ ଲୋକ ହଇରାଣ ହରକତ ହେଉଛନ୍ତି ବୋଲି କୁଳଶେଖର ପାଟଣା ସରପଞ୍ଚ କହିଛନ୍ତି । ନେତ୍ରାନନ୍ଦଙ୍କୁ ବଞ୍ଚି ଥାଉଥାଉ ମୃତ ଦର୍ଶାଇଛି ସ୍ୱାସ୍ଥ୍ୟ ବିଭାଗ । ଯାହା ପାଇଁ ଆଗାମୀ ଦିନରେ ନେତ୍ରାନନ୍ଦଙ୍କ ପରିବାର ଅନେକ ସମସ୍ୟାର ସମ୍ମୁଖିନ ହୋଇପାରନ୍ତି । ଅନ୍ୟପଟେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ମୃତବ୍ୟକ୍ତିଙ୍କ ନାଁରେ ପ୍ରମାଣପତ୍ର ଯୋଗାଇଦେବାର ଆବଶ୍ୟକତା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା