Masthead

କେଉଁ ଦେଶରେ ଅଛି ବିଶ୍ୱର ସର୍ବବୃହତ୍ତ ସଂଖ୍ୟକ ନୋଟ

(ବଡ଼ ଖବର): ଆମେ ୫୦୦ ଟଙ୍କିଆ,୧୦୦୦ଟଙ୍କିଆ, ୨୦୦୦ଟଙ୍କିଆ ନୋଟ କଥା ଜାଣିଛେ । ଏହା ଠାରୁ ଅଧିକ ନୋଟ ଥିବା ସମ୍ପର୍କରେ ଆମ୍ଭେମାନେ ଜାଣିନେ । କିନ୍ତୁ ପୃଥିବୀରେ ଏମିତି ଏକ ଦେଶ ଅଛି ୧୦ ଲକ୍ଷ ଟଙ୍କିଆ ନୋଟ ଛାପିଛି । ଦୁର୍ବଳ ଆର୍ଥିକସ୍ଥିତିରୁ ବର୍ତ୍ତିବା ପାଇଁ ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲା ନୂଆ ନୋଟ ୧୦ ଲକ୍ଷ ବଲିଭର ପ୍ରଚଳନ କରିଛି ।

ପୂର୍ବରୁ ବିଶ୍ୱରେ କୌଣସି ଦେଶ ଏତେ ବଡ଼ ସଂଖ୍ୟକ ନୋଟ ପ୍ରଚଳନ କରିନାହାନ୍ତି । ଭାରତରେ ୨୦୦୦ ନୋଟ ହେଉଛି ସର୍ବବୃହତ । ଭେନଜୁଏଲାର ମୁଦ୍ରାସ୍ଥିତି ହାର ଏତେ ବୃଦ୍ଧି ପାଇଛି ଯେ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ଏପରି ବଡ଼ ମୂଲ୍ୟର ନୋଟ ଛାପିବାକୁ ବାଧ୍ୟ ହୋଇଛି । ଅର୍ନ୍ତଜାତୀୟ ମୁଦ୍ରାପାଣ୍ଠି ଅନୁଯାୟୀ ୧୦ ଲକ୍ଷ ବଲିଭରର ମୂଲ୍ୟ ଅଧା ଆମେରିକୀୟ ଡ଼ଲାର ଓ ଭାରତ ୩୬ ଟଙ୍କା ସହ ସମାନ ।

ପୂର୍ବରୁ ଭେନଜୁଏଲାରେ ୧୦,୨୦,୫୦ ହଜାର ବଲିଭର ନୋଟ ପ୍ରଚଳିତ ହୋଇଆସୁଥିଲା । ଭାରତୀୟ ମୁଦ୍ରା ଏକ ଟଙ୍କା ଭେନଜୁଏଲାରେ ୨୫ ହଜାର ୫ଶହ ୮୫ ଟଙ୍କା । ଏତେ ବଡ଼ ନୋଟ ଛାପିବା ପାଇଁ ଭେନଜୁଏଲା ଇଟାଲୀର ଏକ କମ୍ପାନୀରୁ ୭୧ ଟନ କାଗଜ ଅମଦାନୀ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍, ଥାନାରେ ଏତଲା 🔴 ଉତ୍କଳ ୟୁନିଭର୍ସିଟିର ପ୍ରଶ୍ନପତ୍ର ପ୍ରଘଟ,୧୦୦କୁ ୧୦୦ ମେଳ ଖାଇଲା ପ୍ରଶ୍ନପତ୍ର! 🔴 ମମତାଙ୍କୁ ମିଳିଲା ଫୁଟବଲ୍ ଖେଳାଳି ଚିହ୍ନ 🔴 ଦିଲ୍ଲୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ 🔴 କାଲି ରାତିରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍, ଥାନାରେ ଏତଲା 🔴 ଉତ୍କଳ ୟୁନିଭର୍ସିଟିର ପ୍ରଶ୍ନପତ୍ର ପ୍ରଘଟ,୧୦୦କୁ ୧୦୦ ମେଳ ଖାଇଲା ପ୍ରଶ୍ନପତ୍ର! 🔴 ମମତାଙ୍କୁ ମିଳିଲା ଫୁଟବଲ୍ ଖେଳାଳି ଚିହ୍ନ 🔴 ଦିଲ୍ଲୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ 🔴 କାଲି ରାତିରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ