Masthead

ବଦଳିଲା ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ ନିଷ୍ପତ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଦଳିଲା ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ ନିଷ୍ପତ୍ତି । ୩୦ ପର୍ଯ୍ୟନ୍ତ ଛୁଟି ବାତିଲ ନିର୍ଦ୍ଦେଶରେ ସଂଶୋଧନ କଲା ପ୍ରଶାସନ । ଆବଶ୍ୟକ ପଡ଼ିଲେ ଅଫିସରମାନେ ଛୁଟି ନେଇପାରିବେ ବୋଲି ନିର୍ଦ୍ଦେଶ । ଛୁଟି ନେଇପାରିବେ, କିନ୍ତୁ ଆବଶ୍ୟକ ପଡ଼ିଲେ ତତ୍କାଳ ଯୋଗଦେବେ । ଜରୁରୀ ଯୋଗାଯୋଗ ପାଇଁ ନିଜ ମୋବାଇଲ ନମ୍ବର ଆକ୍ଟିଭ ରଖିବେ । ନୂଆ ନିର୍ଦ୍ଦେଶନାମା ମୁତାବକ, ସରକାରୀ ଅଧିକାରୀଙ୍କୁ ଛୁଟି ମିଳିବ, ହେଲେ ଆବଶ୍ୟକ ସ୍ଥଳେ କିନ୍ତୁ ସେମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ପଡିପାରେ ।

ଖାଲି ସେତିକି ନୁହେଁ, ଜରୁରୀକାଳୀନ ସ୍ଥିତିରେ ମୋବାଇଲ୍ ଫୋନରେ ଉପଲବ୍ଧ ରହିବାକୁ ପଡିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର । ଆସନ୍ତାକାଲି ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନୂଆ ସରକାର ଶପଥ ଗ୍ରହଣ କରିବାକୁ ଥିବାରୁ ଜୁନ୍ ୩୦ ଯାଏଁ ଛୁଟି ବାତିଲ୍ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ