Masthead

କେଜ୍ରିୱାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ, ଦିଲ୍ଲୀ ହାଇକୋର୍ଟ ଶୁଣାଇବେ ରାୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): : ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ । ଆଜି ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ରାୟ ଶୁଣାଇବେ । ମିନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗିରଫ କରିଛି । ଏହାକୁ ପ୍ରତିବାଦ କରି ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା । ତେବେ ଆଜି ଏହି ମାମଲାର ରାୟ ଶୁଣାଇବେ ଉଚ୍ଚ ଅଦାଲତ । ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମା ଆଜି ଅପରାହ୍ନ ସାଢ଼େ ୨ଟାରେ ରାୟ ଶୁଣାଇବେ ।

ଗିରଫଦାରି ବ୍ୟତିତ ଏବେ ତିହାର ଜେଲରେ ଥିବା କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହେପାଜତରେ ତାଙ୍କ ରିମାଣ୍ଡକୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି । ଆବେଦନରେ ଗିରଫ କରିବାର ସମୟ ଉପରେ ପ୍ରଶ୍ନ ଉଠାଯାଇଛି । ଅନ୍ୟପକ୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆବେଦନକୁ ବିରୋଧ କରି ଯୁକ୍ତି ବାଢ଼ିଛି ଯେ ଆଇନ ସମସ୍ତଙ୍କ ପାଇଁ ସମାନ । ସେହିପରି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ମଧ୍ୟ କେଜ୍ରିୱାଲଙ୍କ ଓକିଲଙ୍କୁ ଭେଟିବା ପାଇଁ ଅତିରିକ୍ତ ସମୟ ମାଗିଥିବା ଆବେଦନ ଉପରେ ରାୟ ଶୁଣାଇବେ ।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ୨୦୨୨ରୁ ଯାଞ୍ଚ ଆରମ୍ଭ କରିଥିବା ବେଳେ କେଜ୍ରିଓ୍ବାଲଙ୍କୁ ନିର୍ବାଚନ ବର୍ଷରେ ଗିରଫ କରିବା ନେଇ ପ୍ରଶ୍ନ ଉଠାଇଥିଲେ ଅଭିଷେକ ମନୁ ସିଂହଭି । ତେବେ ଇଡି ବିରୋଧରେ କେଜ୍ରିଓ୍ବାଲଙ୍କ ପକ୍ଷରୁ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ୍ । ମଦ ନୀତି ମାମଲାରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମାର୍ଚ୍ଚ ୨୧ ତାରିଖରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଗିରଫ କରିଥିଲା । ପରେ ତାଙ୍କୁ ମାର୍ଚ୍ଚ ୨୮ ପର୍ୟ୍ୟନ୍ତ ରିମାଣ୍ଡରେ ପଠାଇବାକୁ ଅନୁମତି ଦେଇଥିଲେ ସ୍ଵତନ୍ତ୍ର କୋର୍ଟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା