Masthead

ଦିଲ୍ଲୀ ଦଙ୍ଗା ଥିଲା ପ୍ରିପ୍ଲାନିଂ: ହାଇକୋର୍ଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):   ଦିଲ୍ଲୀ ଦଙ୍ଗା ଏକ ସୁଚିନ୍ତିତ ଷଡଯନ୍ତ୍ର ଥିଲା । ଜାଣିଶୁଣି ଏଭଳି ଦଙ୍ଗା ପାଇଁ ପ୍ଲାନିଂ କରାଯାଇଥିଲା । ତେବେ ଫେବୃଆରୀ ୨୦୨୦ରେ ଦିଲ୍ଲୀରେ ହୋଇଥିବା ଦଙ୍ଗାକୁ ନେଇ ଦିଲ୍ଲୀ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି । ସୂଚନା ମୁତାବକ, ୨୦୨୦ ଫେବୃଆରୀ ୨୩ ତାରିଖରେ ରାଜଧାନୀ ଦିଲ୍ଲୀର ଉତ୍ତର-ପୂର୍ବାଞ୍ଚଳରେ ପ୍ରବଳ ଦଙ୍ଗା ହୋଇଥିଲା । ଯାହାକି ପ୍ରାୟ ୩ ଦିନ ଧରି ଜାରି ରହିଥିଲା । ତେବେ ସୋମବାର ଦିଲ୍ଲୀ ହିଂସା ମାମଲାରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିବା ପରେ ଦିଲ୍ଲୀ ହାଇକୋର୍ଟ ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ।

କୋର୍ଟର ମନ୍ତବ୍ୟ ଅନୁସାରେ, ରାଜଧାନୀରେ ଆଇନ ବ୍ୟବସ୍ଥାକୁ ପ୍ରଭାବିତ କରିବା ପାଇଁ ଏହା ଏକ ଯୋଜନାବଦ୍ଧ ହିଂସା କରାଯାଇଥିଲା । ତେବେ ଭିଡିଓ ଫୋଟେଜରୁ ପ୍ରଦର୍ଶନକାରୀଙ୍କ ଆଚରଣ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସରକାରଙ୍କ ସମେତ ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରିବା ପାଇଁ ଏହା ଏକ ସୁଚିନ୍ତିତ ଦଙ୍ଗା ଥିଲା ବୋଲି କୋର୍ଟ କହିଛନ୍ତି । ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦ କହିଛନ୍ତି ଯେ, ଦୁର୍ବୃତ୍ତଙ୍କ ଦ୍ୱାରା ସିସିଟିଭି ଭାଙ୍ଗିବା, ସହରରେ ଆଇନ ଶୃଙ୍ଖଳାକୁ ଭଣ୍ଡରୁ କରିବା ପାଇଁ ପୂର୍ବରୁ ପ୍ଲାନିଂ କରାଯାଇଥିଲା । ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଏଭଳି ଘଟଣା ହଠାତ ଘଟିନଥିଲା, ଏହା ଏକ ଯୋଜନାବଦ୍ଧ ଭାବେ ଷଡଯନ୍ତ୍ର ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ