Masthead

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଡିଜି ଅଫିସ ଘେରାଉ

କଟକ (ବଡ଼ ଖବର ବ୍ୟୁରୋ): ମହାଲିଙ୍ଗି ସ୍କୁଲର ଅଧ୍ୟାପିକା ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ରାଜ୍ୟ ଯୁବ କଂଗ୍ରେସ ତରଫରୁ ଡିଜି ଅଫିସ ଘେରାଉ । ସୁରକ୍ଷା ଦୃଷ୍ଟି କୋଣରୁ ଡିଜି ଅଫିସରେ ଛାଉଣି ହୋଇଛନ୍ତି ପୋଲିସ । ଘଟଣାସ୍ଥଳରେ କଟକ ଡିସିପିଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି । ଡିଜି ଅଫିସ ଚାରିପାଖ ସମ୍ପୂର୍ଣ୍ଣ ତାର ଜାଲି ସହ ବ୍ୟାରିଗେଟ କରାଯାଇଛି ।

ସେପଟେ ମମିତା ମେହେର ହତ୍ୟା ମାମଲାରେ ବାପା ଦେଲେ ସାଘାଂତିକ ତଥ୍ୟ । ମମିତା ନିଖୋଜ ନେଇ ଗୋବିନ୍ଦ ଏତଲା ଲେଖାଇଥିଲେ । ମମିତା ନିଖୋଜ ପରେ ଆମେ ମହାଲିଙ୍ଗ କଲେଜକୁ ଯାଇଥିଲୁ । ସେଠାରେ ଗୋବିନ୍ଦ ସାହୁ ଥିଲେ । ଜଣେ କିରାଣିକୁ ଡାକି ଏତଲା ଲେଖାଇଥିଲେ । ମୁଁ ନପଢି ସେଥିରେ ଦସ୍ତଖତ କରିଥିଲି । ଆମେ ଯିବା ପୂର୍ବରୁ ଗୋବିନ୍ଦ ଆଗୁଆ କେଗାଁ ଥାନାକୁ ପଳାଇଲେ ।

ଗୋବିନ୍ଦ ପହଞ୍ଚିବାର ୧୦ ମିନିଟ ପରେ ଆମେ ପହଞ୍ଚିଲୁ । ଗୋବିନ୍ଦ ସାହୁ ଥାନା ବାବୁଙ୍କ ସହ କ’ଣ କଥା ହୋଇଥିଲା କେଜାଣି, ଆମେ ସେଠି ପହଞ୍ଚିଲା ବେଳକୁ ଥାନା ବାବୁ ଆମ ଏତଲା ରଖିଲେନି । ତୁରେକେଲା ଥାନାରେ ଏତଲା ଦିଅ ବୋଲି ଥାନା ବାବୁ କହିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଶ୍ରୀମୟୀଙ୍କ ନିଶାନାରେ ପାଣ୍ଡିଆନ 🔴 ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ 🔴 ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ 🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଶ୍ରୀମୟୀଙ୍କ ନିଶାନାରେ ପାଣ୍ଡିଆନ 🔴 ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ 🔴 ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ