Masthead

ବଡ଼ ଖବର ପକ୍ଷରୁ ପ୍ରୟାସ, କୁନି ପିଲାଙ୍କ ମୁହଁରେ ହସ

କୋଇଡ଼ା (ବଡ଼ ଖବର ବ୍ୟୁରୋ): ପବିତ୍ର ଦୀପାବଳିକୁ କରୋନା କଟକଣା ମଧ୍ୟରେ ପାଳନ କରାଯାଇଛି । ବାଣଫୁଟା ଉପରେ ଲାଗିଛି ସରକାରୀ ଅଙ୍କୁଶ । ବାୟୁ ପ୍ରଦୂଷଣ ଫଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ବାଣଫୁଟା ଉପରେ ଜାରି କରାଯାଇଛି କଟକଣା । କରୋନା ତୃତୀୟ ଲହରରେ ଶିଶୁ ସଂକ୍ରମଣ ଆଶଙ୍କା ରହୁଥିବାରୁ ଏହାକୁ ଦୃଷ୍ଟି ରଖି ବଡ଼ ଖବର ପକ୍ଷରୁ କରାଯାଇଛି ନୂତନ ପ୍ରୟାସ । ବାଣ ନୁହେଁ, କୁନି ପିଲାଙ୍କ ମୁହଁରେ ହସଫୁଟାଇବା ଲକ୍ଷ୍ୟ ରଖି ଅଭିନବ ପ୍ରୟାସ କରାଯାଇଛି ।

ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ଟେନସା ଠାରେ ‘ବଡ଼ ଖବର’ ପରିବାର ପକ୍ଷରୁ କୋଇଡା ବ୍ଲକ୍ ପ୍ରତିନିଧି ରାକେଶ ମହାନ୍ତି ଏବଂ ଟେନସା ଗ୍ରାମ ପଞ୍ଚାୟତ ସରପଞ୍ଚ ଅନିତା ପୂର୍ତ୍ତି , ବରିଷ୍ଠ ନାଗରିକ ଅକ୍ଷୟ ମହାନ୍ତି , ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଆଜି ଟେନସାର ବିଭିନ୍ନ ବସ୍ତି ଅଞ୍ଚଳରେ ବାଣ ବଦଳରେ କୁନି କୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଲଡୁ ବଣ୍ଟନ କରିଥିଲେ ।

‘ବଡ଼ ଖବର’ ପରିବାର ତରଫରୁ କୁନି ମୁହଁରେ ହସ ଫୁଟାଇବା ପ୍ରାୟାସକୁ ଲୋକେ ସମର୍ଥନ କରିଥିଲେ । ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଏଭଳି ପ୍ରୟାସର ଭୁରି ଭୁରି ପ୍ରଂଶସା କରିଥିଲେ । ବାଣଫୁଟାରୁ କୁନି କୁନି ପିଲାଙ୍କୁ ନିବୃତ ରଖିବା ଦିଗରେ ଏହି ପ୍ର୍ରୟାସ ବେଶ ସଫଳ ହୋଇଥିବା ଦେଖାଦେଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା